fbpx
BSKY
BJD MC SKY
BJD MS SKY

(Video) ହେବାକୁ ଯାଉଛି ବଡ଼ ଅଘଟଣ! ପୂର୍ଣ୍ଣମୀ ତିଥିରେ ଆକାଶରୁ ହଜିଯିବ ଜହ୍ନ: ଇଏ କି ସଂକେତ?

ପୂର୍ଣ୍ଣମୀ ତିଥିରେ ଗୋଲ ଜହ୍ନ ଆଉ ଉଜ୍ଜ୍ୱଳ ଚନ୍ଦାଲୋକରେ ଝଲସି ଉଠେ ପୃଥିବୀ । ଆକାଶରେ ଥାଇ ବି ପୂର୍ଣ୍ଣମୀର ଜହ୍ନ ପୃଥିବୀର ପ୍ରତିଟି କୋଣରେ ନିଜର ଆଲୋକ ବିଛାଡ଼ି ଦେଇଥାଏ । କିନ୍ତୁ ଚଳିତବର୍ଷ ଏଭଳି କିଛି ଘଟଣା ଘଟିବନି । କୁମାର ପୂର୍ଣ୍ଣମୀ ଭଳି ତିଥିରେ ଆକାଶରେ ଦିଶିବନି ଚନ୍ଦ୍ର । ଏଥର ବିନା ଜହ୍ନରେ କୁଆଁରୀ ଝିଅମାନେ ପାଳନ କରିବେ କୁମାର ଉତ୍ସବ । ଚଳିତବର୍ଷର କୁମାର ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ତେଣୁ କିଛି ସମୟ ପାଇଁ ଆକାଶରୁ ଚନ୍ଦ୍ର ଅଦୃଶ୍ୟ ହୋଇଯିବ । କୁମାର ପୂର୍ଣ୍ଣମୀ ଭଳି ତିଥିରେ ଚନ୍ଦ୍ରଗ୍ରହଣ ଲାଗିବା ଏକ ବଡ଼ ବିପଦର ପୂର୍ବ ସଂକେତ ବୋଲି ଆଲୋଚନା ହେଉଛି ।

ଚଳିତ ଥର ୨୮ ତାରିଖରେ ପାଳନ ହେବାକୁ ଯାଉଛି କୁମାର ପୂର୍ଣ୍ଣିମା । ମୁଖ୍ୟତଃ ଏହି ଦିନ କୁମାରି ମାନେ ଚାନ୍ଦକୁ ଦେଖି ନିଜର ଓଷା ଭାଙ୍ଗନ୍ତି । କିନ୍ତୁ ଚଳିତ ଥର ହେବାକୁ ଯାଉଛି ବଡ ସମସ୍ୟା । କାରଣ ଏହି ଦିନ ପଡ଼ୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏଥର କୁମାର ପୂର୍ଣ୍ଣମୀରେ ଚନ୍ଦ୍ରକୁ ଗ୍ରାସ କରିବ ରାହୁ । ତେବେ ଏହି ତିଥିରେ କୁମାର ପୂର୍ଣ୍ଣମୀ ପାଳନ ହେବ କି ନାହିଁ ଏହାକୁ ନେଇ ବହୁ ଲୋକ ଚିନ୍ତିତ ଅଛନ୍ତି । ତାସହିତ ପୂର୍ଣ୍ଣିମା ଆକାଶରେ ଚାନ୍ଦ ଦେଖାଯିବନି । ସେପଟେ ଗ୍ରହଣ ଦିନ ପାକତ୍ୟାଗ, ଗ୍ରହଣ ସ୍ପର୍ଶ, ସର୍ବମୋକ୍ଷ ସମୟ ସହିତ ଏହି ଗ୍ରହଣ କାହା ପାଇଁ ଶୁଭ, କାହା ପାଇଁ ଅଶୁଭ, ଏହାକୁ ନେଇ ନାନା ମୁନି ନାନା ମତ ଦେଉଛନ୍ତି ।

ସୂଚନା ଅନୁସାରେ, ଗ୍ରହଣର ସ୍ପର୍ଶ ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଏବଂ ସର୍ବମୋକ୍ଷ ରାତି ୨ଟା ୨୪ମିନିଟ୍ ୨ ସେକେଣ୍ଡରେ ହେବ । ଚଳିତ ବର୍ଷ ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ୍ ରହିବ । ପାଞ୍ଜି ଅନୁସାରେ କିନ୍ତୁ ଚଳିତ ଥରର ଚନ୍ଦ୍ର ଗ୍ରହଣ ଆଦୌ ଖରାପ ନୁହେଁ । କାରଣ ଏହା ଆମ ଭୌତିକ ଜଗତର ଏକ ପ୍ରକ୍ରିୟା ଅଟେ । ଏହା ଏକ ଭୌତିକ ପ୍ରକ୍ରିୟା ହୋଇଥିବାରୁ ଏହା କାହାର କିଛି ଅସୁବିଧା କରେ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ କିଛି ବିଧିକୁ ବାରଣ କରାଯାଇଛି ଯଥା -ପାକ ନିଷେଧ, କୌଣସି ରୋଷେଇ ହୋଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ସହିତ ଫଳ ଭୋଗ କରିବା ଉଚିତ । ରନ୍ଧା ଯାଇଥିବା କୌଣସି ଖାଦ୍ୟ ପୂଜା କିମ୍ବା ପୂଜା ପରେ ଗ୍ରହଣ କରିବା ଉଚିତ ନୁହେଁ ।

Get real time updates directly on you device, subscribe now.