fbpx

‘ମୁଁ ଛାଡ଼ିବାକୁ ଚାହୁଁଛି, ମୁଖ୍ୟମନ୍ତ୍ରୀ ପଦ ହିଁ ମୋତେ ଛାଡ଼ିବାକୁ ଚାହୁଁନି…’ ବଡ଼ ବୟାନ ଦେଲେ ଗେହଲଟ

AAKASH

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଇଚ୍ଛା କରିଛନ୍ତି । ଏଭଳି ଏକ ବୟାନ ଦେଇ ରାଜସ୍ଥାନ ରାଜନୀତିକୁ ହଲଚଲ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ମୁଁ ମଧ୍ୟ ଚାହୁଁଛି, କିନ୍ତୁ ଏହି ପଦ ଏବଂ ମୁଖ୍ୟମନ୍ତ୍ରୀ ଆସନ ମୋତେ ଛାଡ଼ିବାକୁ ଚାହୁଁନି, ଆଗକୁ ମଧ୍ୟ ଛାଡ଼ିବ ନାହିଁ । ଏହାସହିତ ସେ ଆଗାମୀ ନିର୍ବାଚନକୁ ନେଇ ଏକ ବଡ଼ ସଂକେତ ଦେଇଛନ୍ତି । ରାଜସ୍ଥାନରେ ପୁଣିଥରେ କଂଗ୍ରେସ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଅଶୋକ ଗେହଲଟଙ୍କୁ ହିଁ ମିଳିବ ବୋଲି ସେ ଇସାରା କରିଛନ୍ତି ।

ଗୁରୁବାର ଏକ ପ୍ରେସ କନଫରେନ୍ସିଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଏଜେନ୍ସିଗୁଡ଼ିକରେ ଦୁରୂପଯୋଗ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହାସହିତ ଆଗାମୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କଲେ ଗେହଲଟ ହିଁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଇସାରା ଦେଇଛନ୍ତି । ସେ କହିଛନ୍ତି ଯେ, ସୋଦିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଉପରେ ଖୁବ ଭରସା କରୁଛନ୍ତି । ସୋନିଆ ଗାନ୍ଧୀ ବାରମ୍ବାର ତାଙ୍କ ଉପରେ ଭରସା କରିବାର କାରଣ ମଧ୍ୟ କହିଛନ୍ତି ଗେହଲଟ । ଅଧ୍ୟକ୍ଷ ହେବା ପରେ ସୋନିଆ ପ୍ରଥମେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦାୟିତ୍ୱ ଦେଇଥିଲେ ।

କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଭାବରେ ପ୍ରଦର୍ଶନକୁ ନଜରରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଥିଲେ ସୋନିଆ ଗାନ୍ଧୀ । ଏହାପରେ ମଜାକିଆ ଅନ୍ଦାଜରେ ଗେହଲଟ କହିଛନ୍ତି ଯେ, କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ନ ହେବା ମଧ୍ୟ ଲାଭଦାୟକ, କାରଣ କୌଣସି ଆଶାୟୀ ପ୍ରାର୍ଥି ମୁଖ୍ୟମନ୍ତ୍ରୀ ହୋଇ ନଥାନ୍ତି । ତେବେ ମୋତେ ଏଥିପାଇଁ ଚୟନ କରାଯିବାରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି ବୋଲି କହିଛନ୍ତି ଅଶୋକ ଗେହଲଟ୍ ।

Get real time updates directly on you device, subscribe now.