fbpx
BSKY
BJD SHG SKY
BJD YOUTH SKY

୭ଟି ଦେଶକୁ ୧୩ ଲକ୍ଷ ୪୦ହଜାର ଟନ୍‍ ଅଣ ବାସୁମତୀ ଧଳା ଚାଉଳ ରପ୍ତାନୀ ପାଇଁ ଅନୁମତ ଦେଲା ଭାରତ

ନୂଆଦିଲ୍ଲୀ: ଭାରତ ୭ଟି ଦେଶକୁ ୧୩ଲକ୍ଷ ୪୦ହଜାର ଟନ୍‍ ଅଣ ବାସୁମତୀ ଧଳା ଚାଉଳ ରପ୍ତାନୀ ପାଇଁ ଅନୁମତି ଦେଇଛି । ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଦ୍ୱାରା ନେପାଳ, କାମେରୁନ୍‍, କୋଟ ଡି’ଆଇଭର, ଗିନି, ମ୍ୟାଲେସିଆ, ଫିଲିପାଇନ୍ସ ଓ ସେସେଲ୍ସକୁ ଏହି ଚାଉଳ ରପ୍ତାନୀ ପାଇଁ ଅନୁମତି ଦିଆଯାଇଛି । ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ଫିଲିପାଇନ୍ସକୁ ସର୍ବାଧିକ ୨ଲକ୍ଷ ୯୫ହଜାର ମେଟ୍ରିକ୍‍ ଟନ୍‍ ଚାଉଳ ରପ୍ତାନୀ କରାଯିବ ।

ସେହିଭଳି କାମେରୁନ୍‍କୁ ସର୍ବାଧିକ ୧ଲକ୍ଷ ୯୦ହଜାର ମେଟ୍ରିକ ଟନ୍‍ ଓ ମ୍ୟାଲେସିଆକୁ ୧ଲକ୍ଷ ୭୦ହଜାର ମେଟ୍ରିକ ଟନ୍‍ ଚାଉଳ ରପ୍ତାନୀ କରାଯିବ । କୋଟ ଡି’ଆଇଭର ଓ ଗିନିକୁ ୧ଲକ୍ଷ ୪୨ହଜାର ମେଟ୍ରିକ ଟନ୍‍ ଲେଖାଏଁ ଚାଉଳ ରପ୍ତାନୀ କରାଯିବାକୁ ଅନୁମତି ଦିଆଯାଇଛି । ଭାରତ ନେପାଳକୁ ୯୫ହଜାର ମେଟ୍ରିକ୍‍ ଟନ୍‍ ଚାଉଳ ଓ ସେସେଲ୍ସକୁ ୮୦୦ ମେଟ୍ରିକ ଟନ୍‍ ଚାଉଳ ମଧ୍ୟ ରପ୍ତାନୀ କରିବ । ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍‍ ଦ୍ୱାରା ସେହିସବୁ ଚାଉଳ ରପ୍ତାନୀ କରାଯିବ ।

ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପାଖାପାଖି ୩ ହଜାର ୨୯୭ ଲକ୍ଷ ଟନରେ ପହଞ୍ଚି ଥିବା କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ୨୦୨୧-୨୨ରେ ଉତ୍ପାଦନ ପରିମାଣ ଠାରୁ ୪୧ ଲକ୍ଷ ଟନ୍‍ ଅଧିକ । ୨୦୨୨-୨୩ ବର୍ଷରେ ସର୍ବାଧିକ ଶସ୍ୟ ଉତ୍ପାଦନ ହୋଇଥିବା ରେକର୍ଡ ହୋଇଛି । ଏହା ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ୩ ଶହ ଲକ୍ଷଟନ୍‍ ଅଧିକ ଉତ୍ପାଦନ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୨୨-୨୩ ବର୍ଷରେ ଚାଉଳ ଉତ୍ପାଦନ ପରିମାଣ ପ୍ରାୟ୧ ହଜାର ୩୫୦ ଲକ୍ଷ ଟନ୍‍ ଉତ୍ପାଦିତ ହୋଇଥିବା ସୂଚନା ଦିଆଯାଇଛି । ସେହିପରି ଗହମ ଉତ୍ପାଦନ ପରିମାଣ ୧୧ ଶହ ଲକ୍ଷ ଟନ୍‍, ଡାଲି ଜାତୀୟଶସ୍ୟ ଉତ୍ପାଦନ ୨୬୦ ଲକ୍ଷ ଟନ୍‍ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନାଦିଆଯାଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ସରକାରବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରୁଥିବାରୁଏହାର ସୁଫଳ କୃଷିକ୍ଷେତ୍ର ଉପରେ ପଡ଼ିଛି ଏବଂ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ।

Get real time updates directly on you device, subscribe now.