fbpx

(Big News) ଆଉ ବୋଲିଂ କରିବେନି ହାର୍ଦ୍ଦିକ! ଆହତ ପରେ ସ୍କାନ ପାଇଁ ଗଲେ ଉପ-ଅଧିନାୟକ, ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପାଭିଲିୟନ ଫେରି ସାରିଛନ୍ତି । ଗୋଡ଼ରେ ଆଘାତ ଯୋଗୁଁ ପଡ଼ିଆ ଛାଡ଼ି ବାହାରକୁ ଚାଲିଯାଇଛନ୍ତି ଦଳର ଉପ-ଅଧିନାୟକ । କିନ୍ତୁ ବର୍ତ୍ତମାନ ଜାଣିବାକୁ ମିଳିଛି ଯେ, ତାଙ୍କ ଆଘାତ ସମସ୍ୟା ସାମାନ୍ୟ ଜଟିଳ ରହିଛି । ତେଣୁ ସେ ଆଜିର ମ୍ୟାଚରେ ବୋଲିଂ କିମ୍ବା ଫିଲ୍ଡିଙ୍ଗ କରିପାରିବେ ନାହିଁ । ଉଚିତ ଚିକିତ୍ସା ପାଇଁ ସେ ପଡ଼ିଆରୁ ବାହାରି ପାଭିଲିୟନ ଫେରିଛନ୍ତି । ବର୍ତ୍ତମାନ ତାଙ୍କୁ ଗୋଡ଼ ସ୍କାନ ପାଇଁ ପଠାଯାଇଛି ।

ବାଂଲାଦେଶ ବିପକ୍ଷ ମ୍ୟାଚର ନବମ ଓଭରରେ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପାଭିଲିୟନ ଫେରିଛନ୍ତି । ତେବେ ବର୍ତ୍ତମାନ ଯନ୍ତ୍ରଣାକୁ ଦୃଷ୍ଟିରେ ରଖି ତାଙ୍କୁ ମେଡିକାଲକୁ ସ୍କାନ ପାଇଁ ପଠାଯାଇଛି । ଆଘାତ ଲାଗିବା ପରେ ହାର୍ଦ୍ଦିକଙ୍କୁ ପଡ଼ିଆ ଭିତରେ ଚିକିତ୍ସା କରାଯାଇଥିଲା । କିନ୍ତୁଏହା ଯଥେଷ୍ଟ ନଥିଲା । ଏହାପରେ ମଧ୍ୟ ହାର୍ଦ୍ଦିକ ଠିକ ଭାବରେ ଚାଲି ପାରୁ ନଥିଲେ ଯାହା ଫଳରେ ବୋଲିଂ ଏବଂ ଫିଲ୍ଡିଂ କରିବା ଅସମ୍ଭବ ହୋଇ ପଡ଼ିଥିଲା । ତେଣୁ ସେ ବାହାରକୁ ଚାଲି ଯାଇଥିଲେ । ଏହାପରେ ତାଙ୍କୁ ମେଡିକାଲକୁ ସ୍କାନ ପାଇଁ ପଠାଇଛି ଟିମ ମ୍ୟାନେଜମେଣ୍ଟ । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ, ହାର୍ଦ୍ଦିକ ଆଜିର ମ୍ୟାଚରେ ବୋଲିଂ ବା ଫିଲ୍ଡିଂ କରିପାରିବେ ନାହିଁ । ଏହା ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।

ତେବେ ମେଡିକାଲରୁ ପେରିବା ପରେ ହାର୍ଦ୍ଦିକ ବ୍ୟାଟିଂ କରିପାରିବେ କି ନାହିଁ, ସେ ନେଇ ସ୍ପଷ୍ଟ ହୋଇ ପାରିବ । ତେବେ ବ୍ୟାଟିଂ ସମୟରେ ହାର୍ଦ୍ଦିକଙ୍କ ଉପଲବ୍ଧିକୁ ନେଇ ବର୍ତ୍ତମାନ ମଧ୍ୟ ଏକ ବଡ଼ ପ୍ରଶ୍ନ ରହିଛି । ତେବେ ସ୍କାନ ରିପୋର୍ଟ ଆସିବା ପରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆ ଯାଇପାରିବ । କିନ୍ତୁ ହାର୍ଦ୍ଦିକଙ୍କ ଆଘାତ ଗମ୍ଭୀର ନ ହେଉ ବୋଲି ଭାରତୀୟ ଦଳ ଏବଂ କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ଖୁବଶୀଘ୍ର ସେ ପୁଣିଥରେ ଦଳକୁ କମବ୍ୟାକ କରିବେ ବୋଲି ଚାହିଁଛନ୍ତି ହାର୍ଦ୍ଦିକଙ୍କ ଫ୍ୟାନ୍ସ ।

Get real time updates directly on you device, subscribe now.