fbpx

ନିଗମ କମିଶନରଙ୍କ ଗାଡିକୁ ଫିଙ୍ଗିଲେ ସିନ୍ଦୁର ଲଗା କଟା ଲେମ୍ବୁ: ଥାନାରେ ମାମଲା, ତନ୍ତ୍ର କରାଯାଇଥିବା ସନ୍ଦେହ

ଓଡିଶା ଭାସ୍କର: ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି ଏକ ଅଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ପ୍ରକୃତ ଘଟଣା ହେଉଛି ଇନ୍ଦୋରର ନଗର ନିଗମ ହର୍ଷୀକା ସିଂହଙ୍କ ଗାଡିରେ କେହି ସିନ୍ଦୁର ଲଗା କଟା ଲେମ୍ବୁ ଫିଙ୍ଗିଛି । ଯାହାକୁ ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଛି, କେହି ତାଙ୍କୁ ତନ୍ତ୍ର କରବାକୁ ଚେଷ୍ଟା କରିଛି । ସବୁଠୁ ବଡ କଥା ହେୁଛି ଏମାମଲାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ନିଗମ କମିଶନର । ପୋଲିସ ବି ଏମି ମାମଲାର ତଦନ୍ତ ଆରମ୍ଭ କରିଦେିଛି । ତେବେ କିଏ ଆଉ କାହିଁକି ଏପରି କରଛି ତାକୁ ନେଇ ଚିନ୍ତାରେ ନିଗମ କମିଶନର । ଘଟଣାସ୍ଥଲରେ ଲାଗିଥିବା ସିସିଟିଭି ଓ ଅନ୍ୟ ମାଧ୍ୟମରେ ଅଭିଯୁକ୍ତ ନିକଟରେ ପହଞ୍ଚିବ ପୋଲିସ ।

ପୋଲିସ ବର୍ତ୍ତମାନ ଆଖପାକ ଲୋକଙ୍କୁ ପଚରା ଉଚରା କରିବା ସହ ସିସିଟିଭି ଫୁଟେଜରୁ କିଛି ତଥ୍ୟ ପାଇଛି । ନିଗମ କମିଶନରଙ୍କ ଡ୍ରାଇଭରଙ୍କ ସମେତ ସେଠାରେ ଆହୁରି ୪-୫ ଜଣ ଯୁବକ ସିଥିଲେ ଆଉ ଠିକ୍ ସେହି ସମୟରେ ଜଣେ ଅଜଣା ଯୁବକ ଆସି କାଚ ଖୋଲି ଗାଡି ଭିତରକୁ କଟା ଲେମ୍ବୁ ଫିଙ୍ଗୁଛି । ହେଲେ ତାର ଚେହେରା ସ୍ପଷ୍ଟ ଜଣା ପଡୁନଥିବାରୁ ପୋଲିସକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଆଗକୁ ଦୋଷୀ ବିଷୟରେ ଜଣା ପଡିବା ସହ ତାକୁ ଉଚିତ ଦଣ୍ଡ ଦିଆଯିବା ନେଇ ପୋଲିସ କହିଛି ।

Get real time updates directly on you device, subscribe now.