fbpx

ଏବେ ଛୋଟ ବେପାର ଆରମ୍ଭ କରିବାକୁ ଶସ୍ତାରେ ଗୁଗଲ ଦେବ ଲୋନ୍‌, ଗୁଗଲ ପେ ଜରିଆରେ କମ୍ପାନୀ ଦେବ ଏହି ସର୍ଭିସ

ନୂଆଦିଲ୍ଲୀ: ଗୁଗଲରୁ ଏବେ ଆପଣ ଲୋନ୍ ନେଇ ବ୍ୟବସାୟ ବି କରିପାରିବେ । ପେମେଣ୍ଟ ଆପ୍ ଗୁଗଲ ପେ ଜରିଆରେ କମ୍ପାନୀ ଏହି ସର୍ଭିସ ଆରମ୍ଭ କରିଛି । ଏହା ଜରିଆରେ ଏବେ କମ୍ପାନୀ ସାଧାରଣ ଲୋକମାନଙ୍କ ସହିତ ଛୋଟ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ଲୋନ୍ ଦେବ । କମ୍ପାନୀ ଏଥିଲାଗି କେତେକ ଭାରତୀୟ ବ୍ୟାଙ୍କ ଓ ଅର୍ଥନୈତିିକ କମ୍ପାନୀ ସହିତ ବୁଝାମଣା ବି କରିସାରିଛି । ଗୁଗଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କମ୍ପାନୀ ଛୋଟ ବେପାରୀଙ୍କୁ ସୁରକ୍ଷିତ ଲୋନ୍ ଉପଲବ୍ଧ କରାଇବ । ଏହି ଲୋନ୍ ୧୫,୦୦୦ଟଙ୍କାରୁ ଆରମ୍ଭ ହେବ ଓ ଏହାର ଭରଣା ମାତ୍ର ୧୧୧ଟଙ୍କାରୁ କରିବେ ।

ଗୁଗଲ ଏହି ସେବା ଉପଲବ୍ଧ କରାଇବା ଲାଗି ଡିଏମଆଇ ଫାଇନାନ୍ସ ସହିତ ଚୁକ୍ତି କରିଛି । ଏହା ସହିତ ବ୍ୟବସାୟୀଙ୍କୁ କ୍ରେଡିଯ୍ ଲାଇନ୍ ଉପଲବ୍ଧ କରାଇବା ଲାଗି ଇ-ପେ ଲେଟର ସହିତ ପାର୍ଟନରସିପ୍ ବି କରିଛି । ଏହାର ଉଦ୍ଦେଶ୍ୟ ଛୋଟ ବ୍ୟବସାୟୀଙ୍କ ପୁଞ୍ଜିର ଆବଶ୍ୟକତାକୁ ପୂରଣ କରିବା ।
କେବଳ ଏତିକି ନୁହେଁ ୟୁପିଆଇରେ କ୍ରେଡିଟ୍ ଲାଇନ୍ ଲାଗି ଗୁଗଲ ଆଇସିଆଇସିଆଇ ବ୍ୟାଙ୍କ ସହିତ ଚୁକ୍ତି ମଧ୍ୟ କରିଛି । ଏହା ବ୍ୟତିତ ପର୍ସନାଲ ଲୋନ୍ ପୋର୍ଟଫୋଲିଓର ବିସ୍ତାର ଲାଗି କମ୍ପାନୀ ଆକ୍ସିସ୍ ବ୍ୟାଙ୍କ ସହିତ ପାର୍ଟନରସିପ୍ ମଧ୍ୟ କରିଛି ।

ଗୁଗଲ ପେର ଉପସଭାପତି ଅମ୍ବରୀଶ କେଙ୍ଘେ କହିଛନ୍ତି ଗତ ୧୨ ମାସ ମଧ୍ୟରେ ଗୁଗଲ ପେ ଲାଗି ୧୬୭ ଲକ୍ଷ କୋଟି ଟଙ୍କା ମୂଲ୍ୟର କାରବାର ହୋଇପାରିଛି । ତେବେ ଗୁଗଲ ପେରୁ ଲୋନ୍ ନେବା ପାଇଁ ବ୍ୟକ୍ତିଙ୍କ ଆୟ ପ୍ରତି ମାସରେ ୩୦,୦୦୦ ଟଙ୍କାରୁ କମ୍ ହୋଇଥିବା ଉଚିତ ।

Get real time updates directly on you device, subscribe now.