ନୂଆଦିଲ୍ଲୀ: ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବର୍ଡର ଗାଭାସ୍କର ଟ୍ରଫି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଘମାଘୋଟ ଲଢେଇ । କିନ୍ତୁ ଏହାର ମାତ୍ର ଦିନକୁ ପୂର୍ବରୁ କିଙ୍ଗ କୋହଲି ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି । କ୍ରିକେଟରୁ ଅବସର ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲି ସନ୍ନ୍ୟାସ ଗ୍ରହଣ କରିବାକୁ ଯାଉଛନ୍ତି ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ସେ କରିଥିବା ଏକ ପୋଷ୍ଟ ଏହାକୁ ଆହୁରି ସରଗରମ କରିଛି । ଯାହାକୁ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟରେ ଏବେ ବେଶ୍ ଆଲୋଚନା ହେବାରେ ଲାଗିଛି ।
ବର୍ଡର ଗାଭାସ୍କର ଟ୍ରଫି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଅପଲୋଡ କରିଛନ୍ତି ଷ୍ଟାର କ୍ରିକେଟର ବିରାଟ କୋହଲି । ବିରାଟଙ୍କ ଏହି ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି । ଏହି ପୋଷ୍ଟର ପ୍ରଥମ ଲାଇନରେ ଲେଖାଅଛି ଯେ, ‘ପଛକୁ ଦେଖିଲେ ଲାଗେ, ମୁଁ ସବୁବେଳେ ଅଲଗା ହିଁ ଥିଲି…’ । ବିରାଟଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ଏହାଦେଖି ଫ୍ୟାନ୍ସଙ୍କ ମନରେ ଅନେକ ଆଶଙ୍କା ଦେଖାଦେଇଛି । ସେ କ୍ରିକେଟରୁ ଅବସର ନେଉଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋହଲିଙ୍କ ଏହି ପୋଷ୍ଟ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି । ତେବେ ବିରାଟଙ୍କ ଏହି ପୋଷ୍ଟ ସମ୍ପୂର୍ଣ୍ଣ ରୂପେ ଏକ ପ୍ରମୋସନାଲ ପୋଷ୍ଟ ବୋଲି ସେ ଲେଖିଛନ୍ତି । କିନ୍ତୁ ୟୁଜର ପୋଷ୍ଟର ପ୍ରଥମ ୧/୨ ଲାଇନ୍ ପଢି ଏହି ଚର୍ଚ୍ଚା ଆରମ୍ଭ କରିଛନ୍ତି ।
— Virat Kohli (@imVkohli) November 20, 2024
ସୋସିଆଲ ମିଡିଆରେ ଏହି ପୋଷ୍ଟ ଅପଲୋଡ କରିବାର ଅନ୍ଦାଜ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ୟୁଜର । କିନ୍ତୁ ଏହି ପୋଷ୍ଟରେ ବିରାଟ ସ୍ପଷ୍ଟ ଲେଖିଛନ୍ତି ଯେ, ଏହା ଏକ ପ୍ରମୋସନାଲ ପୋଷ୍ଟ । କିନ୍ତୁ ଏହି ପୋଷ୍ଟ ଦେଖିବା ପରେ କିଛି ଫ୍ୟାନ୍ସ ତାଙ୍କ ଅବସର କଥା କହିଛନ୍ତି ତ ଆଉ କିଛି ଏହାକୁ ବିରାଟ-ଅନୁଷ୍କାଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଇଙ୍ଗିତ କରିଛନ୍ତି । ତେବେ ବିରାଟ କୋହଲି କିମ୍ବା ବିସିସିଆଇ ତରଫରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।