fbpx

ମୁଁ T-20 WC ଖେଳିବିନି… ବିଶ୍ୱକପ ପୂର୍ବରୁ ବଡ଼ ଘୋଷଣା କଲେ ଷ୍ଟାର ଖେଳାଳି: IPLରେ ଦମଦାର ଶତକ

ନୂଆଦିଲ୍ଲୀ: ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଲାଣି । ବିଶ୍ୱକପ ପାଇଁ କେଉଁ ଖେଳାଳି ସୁଯୋଗ ପାଇବେ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । କିନ୍ତୁ ଏହାଭିତରେ ଗୋଟିଏ ଦଳକୁ ଲାଗିଛି ଶକ୍ତ ଝଟକା । ଦଳର ଜଣେ ଷ୍ଟାର କ୍ରିକେଟର ବିଶ୍ୱକପ ଖେଳିବା ପାଇଁ ସ୍ପଷ୍ଟ ମନା କରି ଦେଇଛନ୍ତି । ବିଶ୍ୱକପ ପାଇଁ ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ବିଶ୍ୱକପରୁ ସେ ଦୂରେଇ ରହିବା ପାଇଁ ଘୋଷଣା କରିଛନ୍ତି । ଦମଦାର ଫର୍ମରେ ଥିବା ବେଳେ ଆଇପିଏଲରେ ଶତକ ହାସଲ କରି ମଧ୍ୟ ସେ ବିଶ୍ୱକପକୁ ନ ଫେରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ଅନୁସାରେ, ଆଇପିଏଲ-୨୦୨୪ରେ ଦମଦାର ବ୍ୟାଟିଂ କରୁଛନ୍ତି କୋଲକାତା ନାଇଟ ରାଇଡର୍ସ ତଥା ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରାୟଣ । ରାଜସ୍ଥାନ ବିପକ୍ଷ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରି ସେ ନିଜ ବ୍ୟାଟିଂ ସ୍କିଲ ମଧ୍ୟ ସାରା ଦୁନିଆକୁ ଦେଖାଇଛନ୍ତି । ତେଣୁ ସେ ପୁଣିଥରେ ବିଶ୍ୱକପ ଦଳରେ ସାମିଲ ହେବା ନେଇ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସେ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । କ୍ରିକେଟରୁ ଅବସର ପରେ ପୁଣିଥରେ ଫେରିବା ପାଇଁ କମ୍ବା ବିଶ୍ୱକପ ଖେଳିବା ପାଇଁ ସ୍ପଷ୍ଟ ଭାବରେ ମନା କରିଛନ୍ତି ସୁନୀଲ । ସେ କହିଛନ୍ତି ଯେ, ମୁଁ ମୋ ନିଷ୍ପତ୍ତି ନେଇ ସାରିଛି… ସେ ରାସ୍ତା ମଧ୍ୟ ଏବେ ବନ୍ଦ ହୋଇଯାଇଛି । ତେଣୁ ଆଗାମୀ ବିଶ୍ୱକପ ପାଇଁ ଦଳରେ ଥିବା ସଦସ୍ୟମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

 

View this post on Instagram

 

A post shared by Sunil Narine (@sunilnarine24)

ନିଜ ଇନଷ୍ଟାଗ୍ରାମ ପେଜରେ ଏଭଳି ଏକ ପୋଷ୍ଟ କରି ବିଶ୍ୱକପ ଖେଳିବା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ୱେଷ୍ଟ ଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରାୟଣ । ଚଳିତ ଆଇପିଏଲରେ କୋଲକାତା ପକ୍ଷରୁ ଓପନିଙ୍ଗ ବ୍ୟାଟିଂ କରି ସୁନୀଲ ନାରାୟଣ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ଏଭଳି ପ୍ରଦର୍ଶନ ପରେ ୱେଷ୍ଟଇଣ୍ଡିଜ ଅଧିନାୟକ ରୋଭମନ୍ ପାୱେଲ ସୁନୀଲଙ୍କୁ ଅବସର ଭାଙ୍ଗି ଦଳକୁ ଫେରିବା ସହ ଟି-୨୦ ବିଶ୍ୱକପରେ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସୁନୀଲ ନାରାୟଣ ଏବେ ନିଜ ନିଷ୍ପତ୍ତି ଶୁଣାଇ ବିଶ୍ୱକପରୁ ଦୂରେଇ ରହିଛନ୍ତି ।

Get real time updates directly on you device, subscribe now.