fbpx

ଇଥିଲିନ୍ ଅକ୍ସାଇଡ୍ କ’ଣ ଜାଣିଛନ୍ତି କି? ଯାହା MDH ଏବଂ ଏଭରେଷ୍ଟ ମସଲାରେ ମିଳିବାରୁ ବିଦେଶରେ କରାଗଲା ବ୍ୟାନ

ଓଡ଼ିଶା ଭାଷ୍କର: ସିଙ୍ଗାପୁର ଏବଂ ହଙ୍ଗକଙ୍ଗରେ ଦୁଇଟି ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନେକ ମାମଲାରେ ହଙ୍ଗକଙ୍ଗ କାର୍ସିନୋଜେନି କୀଟନାଶକ, ଏଥିଲୀନ ଅକ୍ସାଇଡ ବାହାରିବାରୁ ଏହି ପଦକ୍ଷେପ ନେଇଛି । ସିଙ୍ଗପୁର ମଧ୍ୟ ଗତ ସପ୍ତାହରେ ଏକ ଭାରତୀୟ କମ୍ପାନୀର ମସଲା ବିରୋଧରେ ଏହିପରି କାର୍ଯ୍ୟାନୁଷ୍ଠାନ ନେଇଥିଲା । ଯେଉଁଥିରେ ଏଥିଲିନ ଅକ୍ସାଇଡର ମାତ୍ରା ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହେବାର ଅଭିଯୋଗ ଲଗାଇଥିଲା । ହେଲେ ଏହି ଏଥିଲିନ ଅକ୍ସାଇଡ କଣ ଏବଂ ଏହା ଖାଦ୍ୟ ପଦାର୍ଥରେ ମିଶିଲେ କିପରି କ୍ଷତି ଘଟାଏ ଆସନ୍ତୁ ଜାଣିବା ।

ଏଥଲିନ ଅକ୍ସାଇଡର ଉପଯୋଗ ସାଧାରଣତଃ କୀଟନାଶକ ଭାବେ ବ୍ୟବହାର କରାଯାଏ । ଏହାକୁ କ୍ଷେତରେ ଲାଗିଥିବା ଫସଲ ପାଇଁ କୀଟନାଶକ ଭାବେ ବ୍ୟବହାର କରାଯାଏ । ଏହାର ଉପଯୋଗ ଖାଦ୍ୟ ପଦାର୍ଥ ପାଇଁ କଠୋର ନିଷେଧ । ଭାରତୀୟ କମ୍ପାନୀର ଯେଉଁ ଫିସ କରି ମସଲାରେ ଏଥିଲିନ ଅକ୍ସାଇଡ ମିଳିଛି ତାକୁ କ୍ୟାନ୍ସର ଅନୁସନ୍ଧାନ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଦ୍ୱାରା ୧ କାର୍ସିନିଜେନ ଭାବେ ବର୍ଗୀକୃତ କରାଯାଇଛି । ଏଥିଲିନ ଅକ୍ସାଇଡ ଗଭୀର ସ୍ୱାସ୍ଥ୍ୟ ପ୍ରତି ବିପଦ ଜନ୍ମ କରିଥାଏ । ଯେଉଁଥିରେ ସ୍ତନ କର୍କଟ ପରି ବିପଦ ସାମିଲ ରହିଛି ।

ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ସିଙ୍ଗାପୁର ଏବଂ ହଙ୍ଗକଙ୍ଗରେ ନିଜ ପ୍ରଡକ୍ଟସର ବ୍ୟାନ ହେବା ରିପୋର୍ଟକୁ ଖଣ୍ଡନ କରିଛି । କମ୍ପାନୀ କହିଛି ଯେ, କୌଣସି ମଧ୍ୟ ଦେଶରେ ଏଭରେଷ୍ଟ ମସଲାରେ ବ୍ୟାନ ଲଗାଯାଇନାହିଁ । ଆମରୁ ପ୍ରଡକ୍ଟ ସେଫ ଏବଂ ହାଇ କ୍ୱାଲିଟୀ ଅଟେ ।

Get real time updates directly on you device, subscribe now.