fbpx
BSKY SKY
BSKY SKY

ସିଡିଏସଙ୍କ ଅସ୍ଥି ବିସର୍ଜନ: ଗଙ୍ଗାର ପଞ୍ଚପ୍ରୟାଗରେ ପିତାମାତାଙ୍କୁ ବିଦାୟ ଦେଲେ ଦୁଇ ଝିଅ

BSKY

ନୂଆଦିଲ୍ଳୀ: ବାୟୁସେନାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଛନ୍ତି ଦୁଇ ଝିଅ କ୍ରିତିକା ଓ ତାରିଣୀ । ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର କ୍ରାସରେ ପ୍ରାଣ ହରାଇବା ପରେ ବିପିନ ରାୱତଙ୍କୁ ଦିଲ୍ଲୀ ଅଣା ଯାଇଥିଲା । ଦିଲ୍ଲୀରେ ଅନ୍ତିମ ଦର୍ଶନ ପରେ ସିଡିଏସ ଦମ୍ପତ୍ତିଙ୍କୁ ଗୋଟିଏ ଚିତାରେ ମୁଖାଗ୍ନି ଦେଇଥିଲେ ଦୁଇ ଝିଅ ।

ଦିଲ୍ଲୀର ବ୍ରାର ସ୍କେ୍ୱୟାର ଶ୍ମଶାନରୁ ପିତାମାତାଙ୍କ ଅସ୍ଥି ସଂଗ୍ରହ କରିବା ପରେ ଦୁଇ ଭଉଣୀ ଏହାକୁ ଗଙ୍ଗାରେ ବିସର୍ଜନ କରିଥିଲେ । ଶନିବାର ରାୱତଙ୍କ ସହିତ ଅନ୍ୟ ୫ ଜଣ ସେନା ଅଧିକାରୀଙ୍କର ମଧ୍ୟ ଅସ୍ଥି ବିସର୍ଜନ କରାଯାଇଥିଲା ।

Get real time updates directly on you device, subscribe now.