fbpx

ପ୍ରମୋଦ ମେହେର୍ଦ୍ଦା ହେଲେ ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର, ୨୯ା୨(ଓଡ଼ିଶା ଭାସ୍କର): ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ଅଦଳ ବଦଳ ହୋଇଛି । ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦା ହୋଇଛନ୍ତି ରାଜ୍ୟପାଳଙ୍କ ସଚିବ । ସେ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ତୁଲାଉଥିଲେ । ଆଗରୁ ରାଜ୍ୟପାଳଙ୍କ ସଚିବ ଥିଲେ ମଧୁସୂଦନ ପାଢ଼ୀ । ମଧୁସୂଦନ ପାଢ଼ୀଙ୍କୁ ଲ୍ୟାଣ୍ଡ ରେକର୍ଡ଼ ଆଣ୍ଡ ସେଟେଲମେଣ୍ଟ କମିସନର ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.