fbpx

ସମଗ୍ର ବିଶ୍ୱରୁ କଟିଯିବ ପାକିସ୍ତାନ! ଫେସବୁକ୍-ଟ୍ୱିଟର-ଗୁଗୁଲର ଧମକ

ପାକିସ୍ତାନ ପାଇଁ ଖରାପ ଖବର ଆସିଛି । ସୋସିଆଲ ମିଡିଆର ପ୍ରସିଦ୍ଧ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଓ ଗୁଗଲ ପାକିସ୍ତାନରେ ନିଜର ମୁହଁ ଖୋଲିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ସେମାନେ ତାଙ୍କର ସେବାକୁ ଗୁଡିକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି ।

ତେବେ ଫେସବୁକ୍, ଗୁଗଲ ଓ ଟ୍ୱିଟର ଭଳି କମ୍ପାନୀ ଉପରେ ସେନସର ନିୟମ ଏବେ ପାକିସ୍ତାନକୁ ଭାରି ପଡିବ । ଏନେଇ ପାକିସ୍ତାନର ଡିଜିଟାଲ ସେନ୍ସରସିପ ଆଇନକୁ ନେଇ ଏହି କମ୍ପାନୀମାନେ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ପାକିସ୍ତାନରେ ସୋସିଆଲ ମିଡିଆ ପାଇଁ ଲାଗୁ ହୋଇଥିବା ନୂଆ ନିୟମ ଯୋଗୁଁ ଏହି ପ୍ଲାଟଫର୍ମରେ ନିଜ ସେବା ଜାରି ରଖିବା କମ୍ପାନୀ ପକ୍ଷେ କଷ୍ଟ ହୋଇପଡୁଛି । ଏହି କ୍ରମରେ ଏସିଆ ଇଣ୍ଟରନେଟ ସମନ୍ୱୟ ସମିତି ବା ଏଆଇସି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଚିଠି ଲେଖି ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ନିବେଦନ କରିଛନ୍ତି ।

ସୂଚନା ମୁତାବକ, ଏହି କମ୍ପାନୀଗୁଡିକ କହିଛନ୍ତି ଯେ କୌଣସି ବ୍ୟକ୍ତିର ସ୍ୱାଧୀନତା, ଗୋପନୀୟତା ସମ୍ବନ୍ଧୀୟ ଅଭିଯୋଗକୁ ନେଇ ସରକାରଙ୍କ ପକ୍ଷରୁ ଉଚିତ୍ ପଦକ୍ଷେପ ନିଆଯାଇନାହିଁ । ଏହା ପୂର୍ବରୁ ଅନଲାଇନ୍ ବିଷୟବସ୍ତୁ ପାଇଁ ମଧ୍ୟ କଡା ନିୟମ ରହିଛି ବୋଲି । ଚିଠିରେ ସ୍ପଷ୍ଟ ଲେଖାଯାଇଛି ନିୟମ ପାକିସ୍ତାନ ସରକାର ନିୟମକୁ ନେଇ ମନମାନୀ କରୁଛନ୍ତି । ଏହି ସମସ୍ତ ନିୟମ ପାକିସ୍ତାନର ୭ କୋଟି ଇଣ୍ଟରନେଟ୍ ୟୁଜରଙ୍କ ଗୋପନୀୟତା କ୍ଷୁର୍ଣ୍ଣ କରୁଛି ।

Get real time updates directly on you device, subscribe now.