fbpx

୩ ଛାତ୍ରଙ୍କ ସଲୀଳ ସମାଧି

କୋରାପୁଟ,୨୯ ।୨(ଓଡିଶା ଭାସ୍କର): କୋରାପୁଟ କୋଲାବ ଜଳଭଣ୍ଡାରରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗାଧୋଇବା ବେଳେ ଗୋଡ ଖସି ବୁଡିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ କୋରାପୁଟ ସରକାରୀ ମହାବିଦ୍ୟାଳୟର ୪ଜଣ ଛାତ୍ର ଏବଂ ୩ଜଣ ଛାତ୍ରୀ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳିବାକୁ ଯାଇଥିଲେ। ସେମାନେ କୋଲାବ ଡ୍ୟାମ୍ ନିକଟକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଡ୍ୟାମରେ ଗାଧୋଇବା ସମୟରେ ୩ ଛାତ୍ର ପାଣିରେ ବୁଡ଼ିଯାଇଥିଲେ । ତେବେ ସେମାନଙ୍କ ଗୋଡ଼ ଖସିବାରୁ ଏଭଳି ଘଟିଥିବା କୁହାଯାଉଛି । ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ୩ ଛାତ୍ର ପାଣିରେ ବୁଡ଼ିଯାଉଥିବାର ଦେଖି ଚିତ୍କାର କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ୩ ଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.