fbpx

ଲୋକାୟୁକ୍ତରେ ଆଇଏଏସ୍ ହେମନ୍ତ ଶର୍ମା ହାଜର

ଭୁବନେଶ୍ୱର,୧୪ ।୯: ରାଜ୍ୟ ସ୍ୱାଓ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ୍ ହେମନ୍ତ କୁମାର ଶର୍ମା । ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ବି ହାଜର ହୋଇଛନ୍ତି । ଆଇଏଏସ ହେମନ୍ତ ଶର୍ମା ତକ୍ରାଳୀନ କ୍ରୟ କମିଟିର ଅଧ୍ୟକ୍ଷ ରହିଥିଲେ । ତେବେ ଅଗଷ୍ଟ ୭ରେ ହୋଇଥିବା ଶୁଣାଣିରେ ହେମନ୍ତ ପକ୍ଷ ରଖିନଥିଲେ । ଅନ୍ୟ ପକ୍ଷଭୁକ୍ତ ମଧ୍ୟ ଉତ୍ତର ନଦେବାରୁ ଅସନ୍ତୁଷ୍ଟ ହୋଇଥିଲେ ଲୋକାୟୁକ୍ତ । ଏନେଇ ସେପ୍ଟେମ୍ବର ୧୪ରେ ସମସ୍ତ ପକ୍ଷଭୁକ୍ତଙ୍କୁ ଉତ୍ତର ରଖିବାକୁ ଲୋକାୟୁକ୍ତ କହିଥିଲେ ।

Get real time updates directly on you device, subscribe now.