IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୧୯୯୪ ବ୍ୟାଚର ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ତାଙ୍କୁ ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DoPT) ଏକ ଆଦେଶ ଜାରି କରିଛନ୍ତି। ଷଡ଼ଙ୍ଗୀଙ୍କ ଏହି ନୂଆ ଦାୟିତ୍ୱ ତାଙ୍କର ପୂର୍ବ ଅଭିଜ୍ଞତା ଓ ଦକ୍ଷତାକୁ ଆହୁରି ସଫଳତାର ସହ ବ୍ୟବହାର କରିବାର ଏକ ସୁଯୋଗ ପ୍ରଦାନ କରିବ। ସେ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ଭାବେ କାର୍ଯ୍ୟ କରି ଦେଶର ରପ୍ତାନୀ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।