fbpx
BJD SKY
BJD SKY

IB ପକ୍ଷରୁ ପୁଣି ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି: ଡିସେମ୍ବର ୨୩ରୁ ଅନଲାଇନ୍ ଆବେଦନ ଆରମ୍ଭ

BJD

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ଏସିଆଇଓ) ଗ୍ରେଡ-୨ / ଏଗଜିକ୍ୟୁଟିଭ୍ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ଏସିଆଇଓ) ଗ୍ରେଡ-୨ / ଟେକ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୨୩ରୁ ଜାନୁଆରୀ ମାସ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ୨୩ ତାରିଖ ପୂର୍ବରୁ ଓ ୧୨ ତାରିଖ ପରେ ରେଜିଷ୍ଟ୍ରେସନ ଗ୍ରହଣୀୟ ହେବ ନହିଁ । ଜେନେରାଲ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ପ୍ରୋସେସିଂ ଫି’ ୨୦୦ ଟଙ୍କା ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ / ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ, ୟୁପିଆଇ, ଏସବିଆଇ ଚାଲାଣ ମାଧ୍ୟମରେ କରିହେବ ।

ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୨୭ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଇ, ବି.ଟେକ (ଇଞ୍ଜିନିୟରିଂ), ପିଜି ଡିଗ୍ରୀ (ପ୍ରାସଙ୍ଗିକ ବିଭାଗ) ରହିଥିବା ଆବଶ୍ୟକ । କମ୍ପ୍ୟୁଟର ସାଇନ୍ସ ଓ ସୂଚନା ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 23.12.2023

Get real time updates directly on you device, subscribe now.