fbpx
BJD SKY
BJD SKY

ଅଷ୍ଟ୍ରେଲିଆ ବିପକ୍ଷରେ ଇବ୍ରାହିମ ଜାଦ୍ରାନଙ୍କ ବିରାଟ ମାଇଲଷ୍ଟୋନ୍: ବିଶ୍ୱକପରେ ଆଫଗାନିସ୍ତାନର ପ୍ରଥମ ଶତକବୀର 

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଛି ଆଫଗାନିସ୍ତାନ ବ୍ୟାଟିଂ ୟୁନିଟ । ପ୍ରଥମେ ବ୍ୟାଟିଂ କରି ୩୦୦ ରନ୍ ଅଭିମୁଖେ ଅଗ୍ରସର ହେଉଛି ଆଫଗାନୀ ସେନା । ତେବେ ଏହି ବଡ଼ ସ୍କୋର କରିବାରେ ଆଫଗାନିସ୍ତାନର ସୂତ୍ରଧର ସାଜିଛନ୍ତି ଷ୍ଟାର ଓପନର ଇବ୍ରାହିମ ଜାଦ୍ରାନ । ଅଷ୍ଟ୍ରେଲିଆ ବିପକ୍ଷ ଏହି ବଡ଼ ମ୍ୟାଚରେ ସେ ହାସଲ କରିଛନ୍ତି ବିାସ୍ଫାରକ ଶତକ । ଏହା ସହିତ କ୍ରିକେଟ ଇତିହାସରେ ସେ ଏକ ବିରାଟ ମାଇଲଷ୍ଟୋନ ସୃଷ୍ଟି କରିଛନ୍ତି ।  ଦିନିକିଆ ବିଶ୍ୱପକରେ ପ୍ରଥମ ଆଫଗାନୀ କ୍ରିକେଟର ଭାବରେ ଶତକ ହାସଲ କରିଛନ୍ତି ଜାଦ୍ରାନ ।

ଆଫଗାନିସ୍ତାନ କ୍ରିକେଟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇଛି ଷ୍ଟାର ଓପନର ଇବ୍ରାହିମ ଜାଦ୍ରାନଙ୍କ ନାମ । ଦେଶର ପ୍ରଥମ କ୍ରିକେଟର ଭାବରେ ସେ ବିଶ୍ୱକପରେ ଶତକ ଅର୍ଜନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୩୧ ବଲରୁ ନିଜର ଦମଦାର ଶତକ ହାସଲ କରି ଏକ ମାଇଲଷ୍ଟୋନ୍ ସୃଷ୍ଟି କରିଛନ୍ତି । ମୁମ୍ବାଇର ଐତିହାସିକ ୱାନଖେଡ଼େ ଷ୍ଟାଡିୟମରେ ଏହି ଇତିହାସ ଲେଖିଛନ୍ତି ଜାଦ୍ରାନ । ତେବେ ଏହା ସହିତ ସେ ବିଶ୍ୱକପରେ ଆଫଗାନିସ୍ତାନର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ରନ୍ କରିବା ତାଲିକାରେ ମଧ୍ୟ ଶୀର୍ଷରେ ପହଞ୍ଚି ଯାଇଛନ୍ତି । ଏହାପୂର୍ବରୁ ୨୦୧୫ ବିଶ୍ୱକପରେ ସାମିଉଲ୍ଲାହ ସିନୱାରୀ ୯୬ ରନ୍ କରି ଏହି ତାଲିକାର ଶୀର୍ଷରେ ରହିଥିଲେ । ସେହିପରି ଚଳିତବର୍ଷ ପାକିସ୍ତାନ ବିପକ୍ଷରେ ଇବ୍ରାହିମ ଜାଦ୍ରାନଙ୍କ ୮୭ ରନର ଇନିଂସ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ଇବ୍ରାହିମ ଏହି ରେକର୍ଡକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

ଏହାବ୍ୟତୀତ ଶତକ ପରେ ବିଶ୍ୱକପରେ ଶତକ ହାସଲ କରିବା ସେ ଚତୁର୍ଥ ସର୍ବକନିଷ୍ଠ କ୍ରିକେଟର ମଧ୍ୟ ପାଲଟିଛନ୍ତି । ଏହି ତାଲିକାରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବଂ କିଙ୍ଗ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହି ଦୁଇ ଖେଳାଳି ୨୨ ବର୍ଷ ପରେ ନିଜ ବିଶ୍ୱକପ ଶତକ ହାସଲ କରିଥିବା ବେଳେ ଜାଦ୍ରାନ ୨୧ ବର୍ଷ ବୟସରେ ଶତକ ହାସଲ କରିଛନ୍ତି । ତେବେ ଆଫଗାନିସ୍ତାନ କ୍ରିକେଟର ଭାବରେ ସେ ସର୍ବକନିଷ୍ଠ କ୍ରିକେଟର ଭାବରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଇବ୍ରାହିମ ଜାଦ୍ରାନ ।

Get real time updates directly on you device, subscribe now.