fbpx

ICC WTC FINALରେ କେତେ ଟଙ୍କା ପାଇବ ବିଜେତା? ଘୋଷଣା ହେଲା ୨୦୨୧-୨୩ ର ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହାପୂର୍ବରୁ ଆଜି ଫାଇନାଲ ମ୍ୟାଚର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଇଂଲଣ୍ଡର ଓଭାଲ ମଇଦାନରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚରେ ଟେଷ୍ଟ ମେସ ସହ ଏହାର ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ୨୦୨୧-୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଟୋଟାଲ ପର୍ସ ୩.୮ ମିଲିୟନ ଡଲାର ରହିଛି ।

WTC Final 2023 Team India Leave In batches Coach Rahul Dravid Will Fly Last  Week Of May For London -WTC Final 2023: वर्ल्ड टेस्ट चैंपियनशिप पर बड़ा  अपडेट, जानें कब रवाना होगी

ଓଭାଲରେ ଜୁନ ୭ ତାରିଖରୁ ହେବାକୁ ଥିବା ଏହି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲର ବିଜେତା ଦଳକୁ ଡବ୍ଲୁଟିସି ମେସ ଅପେକ୍ଷା କରିଛି । ତେବେ ଟୁର୍ଣ୍ଣାମେଣ୍ଟରେ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ସ୍ଥାନରେ ରହିଥିବା ୪ ଟି ଦଳ ପ୍ରତ୍ୟେକଙ୍କୁ ୧ ଲକ୍ଷ ଡଲାର ଲେଖାଏଁ ପୁରସ୍କାର ରାଶି ଭାବରେ ପ୍ରଦାନ କରାଯିବ । ଏହି ସ୍ଥାନରେ ଯଥାକ୍ରମେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ରହିଛନ୍ତି । ସେହିପରି ପଞ୍ଚମ ସ୍ଥାନରେ ଥିବା ଶ୍ରୀଲଙ୍କା ୨ ଲକ୍ଷ ଡଲାରର ପୁରସ୍କର ରାଶି ହାସଲ କରିପାରିବ । ଏହାବ୍ୟତୀତ ଏହି ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡ ଦଳକୁ ୩.୫ ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବା ବେଳେ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ୪.୫ ଡଲାର ରାଶି ହାସଲ କରିପାରିବ ।

ଏହାସହିତ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ ଫାଇନାଲର ରନର୍ସ-ଅପ୍ ଦଳ ୮ ଲକ୍ଷ ଡଲାର ପୁରସ୍କାର ରାଶି ପ୍ରାପ୍ତ କରି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଶେଷ କରିବ । ତେବେ ଚମ୍ପିଆନ ଦଳକୁ ଆଇସିସି ତରଫରୁ ଡବ୍ଲୁଟିସି ମେସ ସହିତ ୧.୬ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଅଷ୍ଟ୍ରେଲିଆ ।

Get real time updates directly on you device, subscribe now.