fbpx

ସୁନା ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୦୦୫୨ ଓ ରୂପା ୧୦୦ ଟଙ୍କା ହ୍ରାସ ପାଇ ରହିଛି ୭୦୧୯୧ଟଙ୍କା

ନୂଆଦିଲ୍ଲୀ:ସୁନା ଓ ରୂପା ଦର ଚଳିତ ସପ୍ତାହରେ ଲଗାତର ଉପର ତଳ ହେବାରେ ଲାଗିଛି । ତେବେ ଏବେ ଦର ହ୍ରାସ ପ୍ରକିୟା ଜାରି ରହିଛି । ରୂପା ମୂଲ୍ୟ ଗତ ୨୦ ଦିନରେ ୭୦୦୦ଟଙ୍କା ଓ ସୁନା ୧୭୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇବା ପରେ ଏବେ ଲୋକଙ୍କ ମଧ୍ୟରେ ବେଶ୍ ଖୁସି ଖେଳିଯାଇଛି । ଚଳିତ ସପ୍ତାହର ଶେଷ ଅର୍ଥାତ୍ ଶୁକ୍ରବାର ଦିନ ବୁଲିୟନ୍ ବଜାରରେ ସୁନା ରୂପା ଦରରେ ପୁଣି ହ୍ରାସ ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ମଲ୍ଟି କମୋଡିଟୀ ଏକ୍ସଚେଞ୍ଜ କ୍ଷେତ୍ରରେ ମୂଲ୍ୟ ଅଧିକ ରହିଛି । ଆପଣ ଯଦି ଗହଣା କିଣିବାକୁ ଚାହୁଁଛନ୍ତି ତେବେ ମାର୍କେଟ୍ ରେଟ୍ ହିସାବରେ ଆପଣ ଏବେ ଶସ୍ତାରେ କିଣିପାରିବେ ।

ବଜାରରେ ଚାଲିଥିବା ଅନିଶ୍ଚୟତା ମଧ୍ୟରେ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ଯେ, ଦିୱାଲୀ ଅବସରରେ ସୁନା ରେଟ୍ ଜବରଦସ୍ତ ବୃଦ୍ଧି ପାଇବ । ଏଥର ଦିୱାଲୀରେ ସୁନା ୧୦ ଗ୍ରାମ ପ୍ରତି ୬୫,୦୦୦ ଟଙ୍କା ଓ ରୂପା କେଜି ପ୍ରତି ୮୦,୦୦୦ ଟଙ୍କା ରହିବାର ଅନୁମାନ ଲଗାଯାଇଛି । ଅନ୍ୟପକ୍ଷରେ ମଲ୍ଟି କମୋଡିଟୀ ଏକ୍ସଚେଞ୍ଜ କ୍ଷେତ୍ରରେ ଶୁକ୍ରବାର ସୁନା ଦର ୬୦,୦୦୦ଟଙ୍କା ଓ ରୂପା ୭୧ ହଜାର ଟଙ୍କା ରହିଛି । ଏହା ପୂର୍ବରୁ ଗୁରୁବାର ସୁନା ୧୦ ଗ୍ରାମ ପ୍ରତି ୫୯୪୬୦ ଓ ରୂପା କେଜି ପ୍ରତି ୭୦୨୪୨ଟଙ୍କା ଥିଲା ।

ବୁଲିୟନ ବଜାରରେ ସୁନା ଦର ୫ ମେ’ରେ ବୃଦ୍ଧିପାଇ ୬୧୭୩୯ ଟଙ୍କା ଓ ରୂପା ୭୭୨୮୦ଟଙ୍କା ରେକର୍ଡ ମୂଲ୍ୟରେ ପହଞ୍ôଚଥିଲା । ଶୁକ୍ରବାର ଦି୍ୱପ୍ରହର ସୁଦ୍ଧା ସୁନା ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୦୦୫୨ ଓ ରୂପା ୧୦୦ ଟଙ୍କା ହ୍ରାସ ପାଇ ୭୦୧୯୧ଟଙ୍କା ରହିଛି । ଶୁକ୍ରବାର ୨୩ କ୍ୟାରେଟ୍ ବିଶିଷ୍ଟ ସୁନା ଶସ୍ତା ହୋଇ ୫୯୮୧୨ , ୨୨ କ୍ୟାରେଟ୍ ୫୫୦୦୮, ୨୦ କ୍ୟାରେଟ୍ ୪୫୦୩୯ ଟଙ୍କାରେ ପହଞ୍ଚଛି ।

Get real time updates directly on you device, subscribe now.