fbpx

୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଟିରେ ଦୌଡିବ ମେଟ୍ରୋ ଟ୍ରେନ୍ । ଚଳିତବର୍ଷ(୨୦୨୩) ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ । ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଳ ପରାମର୍ଶରେ ଡିପିଆର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ନେଇ ସୂଚନା ଦେଇଛନ୍ତି । ତେବେ ୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି ।

ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ କହିଛନ୍ତି ଯେ, ଜୁନ ମାସରେ ମୁଖ୍ୟୃମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ଟ୍ରେନ ପ୍ରକଳ୍ପର ଶୁଭ ଉଦଘାଟନ କରିପାରନ୍ତି । ଏଥିପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇତିବା ବେଳେ ଏହାର ଡିପିଆର ପ୍ରସ୍ତୁତ କରୁଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ । ମେଟ୍ରୋ କେଉଁ ରୁଟ ଦେଇ ଯିବ ଚିହ୍ନଟ କରାଯାଇ ଏହାର ମଧ୍ୟ ଏକ ପ୍ଲାନ ପ୍ରସ୍ତୁତ ହୋଇସାରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଟ୍ୱିନ ସିଟି(ଭୁବନେଶ୍ୱର-କଟକ)ରେ ଗଡିବ ମେଟ୍ରୋ ଟ୍ରେନ । ଏହାପରେ ପରବର୍ତ୍ତୀ ସମୟରେ ଜଟଣୀ ଏବଂ ପୁରୀକୁ ମଧ୍ୟ ମେଟ୍ରୋ ସେବା ପ୍ରଦାନ କରିବା ପାଇଁ ଯୋଜନା କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜାଗା ମିଶନ, ଡ୍ରିଙ୍କ ଫ୍ରମ ଟ୍ୟାପ୍ ଏବଂ ମୁକ୍ତା ଯୋଜନା କାର୍ଯ୍ୟକାରୀ ହୋଇଛି । ଏସଏଚଜି ଏବଂ ବସ୍ତି ବାସିନ୍ଦାଙ୍କ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟ ଜାରି ରହିଛି । ମୋଟ ୧ ଲକ୍ଷ ୬୨ ହଜାର ୩୨୭ଟି ଘର ନିର୍ମାଣ ହୋଇଥିବା ବେଳେ ୧୧୫ଟି ପୌରାଞ୍ଚଳର ୨୦୫୫ଟି ୱାର୍ଡରେ ପ୍ରତ୍ୟେକ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି ।

Get real time updates directly on you device, subscribe now.