fbpx
BJD
BJD SKY
BJD SKY

ରିସର୍ଚ୍ଚ ଅନୁସାରେ ୨୦୫୦ ସୁଦ୍ଧା ୮୦ କୋଟି ଲୋକ ଭୋଗ କରିବାକୁ ଯାଉଛନ୍ତି ପିଠି ଯନ୍ତ୍ରଣା

BJD

ମୁମ୍ବାଇ :ଶରୀର ସୁସ୍ଥ ରହିଲେ ମନ ମଧ୍ୟ ଭଲ ରୁହେ ,ଶରୀର ଅସୁସ୍ଥ ହୋଇଗଲେ ତାହା ମନ ଉପରେ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଦିନ ଅନେକ ଲୋକ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କିଏ ଥଣ୍ଡା ଜ୍ୱରରେ ତ କିଏ ପେଟ ବିନ୍ଧାରେ , ଏହି ସବୁରୁ ମୁକ୍ତି ପାଇବା ପାଇଁ ଲୋକ ମାନେ ଅନେକ ଉପାୟ ଆପଣାଇବା ସହ ଔଷଧ ମଧ୍ୟ ସେବନ କରନ୍ତି । କିନ୍ତୁ ଅଣ୍ଟା ଦରଜ ଏବଂ ପିଠି ଦରଜ ଅତ୍ୟନ୍ତ କଷ୍ଠ ଦେଇଥାଏ । ଏହି ସବୁ ରୋଗ ପ୍ରାୟ ୪୦ ବର୍ଷର ଲୋକ ମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ଯନ୍ତ୍ରଣାକୁ ନେଇ ଆଉ ଏକ ଖୁଲାସା ହୋଇଛି ।

ରିମୋଟୋଲୋଜି ପତ୍ରିକାରେ ପ୍ରକାଶିତ ଅନୁଯାୟୀ ଜଣାପଡ଼ିଛି ଯେ ୨୦୫୦ ସୁଦ୍ଧା ୮୦ କୋଟିରୁ ଅଧିକ ଲୋକ ପିଠି ଯନ୍ତ୍ରଣା ଭୋଗିବେ । ୨୦୨୦ ଠାରୁ ଏହା ୩୬% ବୃଦ୍ଧି ପାଇବ, ସଂଖ୍ୟାଧିକ ପିଠି ଯନ୍ତ୍ରଣାରେ ଅଧ ମିଲିୟନରୁ ଅଧିକ ବା ୫୦ କୋଟିରୁ ଅଧିକ ଲୋକଙ୍କ ପାଖରେ ଦେଖିବାକୁ ମିଳିଥିଲା ।ଏସିଆ, ଆଫ୍ରିକା ଓ ସିଡ଼ନୀ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ ଏସିଆ ଓ ଆଫ୍ରିକାରେ ପିଠି ଯନ୍ତ୍ରଣା ମାମଲା ଗୁଡ଼ିକ ଆଶା ଅନୁସାରେ ଅଧିକ ରେକର୍ଡ଼ କରାଯାଇଛି । ୧୯୯୦ ରୁ ୨୦୨୦ ପର୍ଯ୍ୟନ୍ତ ୨୦୪ରୁ ଅଧିକ ଦେଶର ତଥ୍ୟ ସଂଗ୍ରହ କରି ପିଠି ଯନ୍ତ୍ରଣାର ବୃଦ୍ଧି ଗତି ଜଣାପଡ଼ିଛି , ଜନସଂଖ୍ୟାର ବୃଦ୍ଧି ହେତୁ ୨୦୫୦ ପର୍ଯ୍ୟନ୍ତ ୮୪୩ ନିୟୁତ ବା ୮୪.୩ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି ।

ବିଶ୍ୱରେ ପିଠି ଯନ୍ତ୍ରଣା ହେଉଛି ଅକ୍ଷମତାର ମୁଖ୍ୟ କାରଣ । ଯଦି ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ,ତେବେ ପିଠି ଯନ୍ତ୍ରଣା ମଧ୍ୟ ମଧୁମେହ ,ହୃଦରୋଗ ଏବଂ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ,ଆକ୍ରମଣକାରୀ ଚିକିତ୍ସା ପ୍ରଣାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ଅକ୍ଷମତା ଭଳି ଦୀର୍ଘସ୍ଥାୟୀ ଭାବେ ହେଇପାରେ , ଯାହା ଆମର ସ୍ୱାସ୍ଥ୍ୟ ସେବା ଉପରେ ଚାପ ପକାଇଥାଏ ।

Get real time updates directly on you device, subscribe now.