fbpx

ଆଇସିସି ଘୋଷଣା କଲା ପୁରୁଷ ଟି -୨୦ ଟିମ୍ ଅଫ୍ ଦି ଇୟର, ଏହି ୩ ଭାରତୀୟ ଖେଳାଳି ପାଇଲେ ସ୍ଥାନ

ନୂଆଦିଲ୍ଲୀ: ସୋମବାର ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପୁରୁଷ ଟି -୨୦ ଟିମ୍ ଅଫ୍ ଦି ଇୟର ୨୦୨୨ ଘୋଷଣା କରିଛି। ଏହି ଦଳର ଅଧିନାୟକ ହେଉଛନ୍ତି ଜସ୍ ବଟଲର, ଯିଏ ଗତ ବର୍ଷ ଟି -୨୦ ବିଶ୍ୱକପ ଜିତିଥିଲେ। ଏହି ଦଳରେ ୩ ଭାରତୀୟ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି, ସେଥିମଧ୍ୟରୁ ବିରାଟ କୋହଲି, ଯିଏ ଗତ ବର୍ଷ ଟି -୨୦ କ୍ରିକେଟରେ ସଫଳ ବ୍ୟାଟ୍ସମ୍ୟାନ୍ ଥିଲେ।

ଆଉ ଦୁଇଜଣ ଭାରତୀୟ ଖେଳାଳି ମଧ୍ୟ ଏହି ଆଇସିସି ଦଳର ଅଂଶ ହୋଇଛନ୍ତି। ଯେଉଁଥିରେ ବିରାଟ କୋହଲିଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ରହିଛି। ସମସ୍ତେ ଜାଣନ୍ତି ଯେ ୨୦୨୨ ବର୍ଷ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ସବୁଠାରୁ ବିଶେଷ ଥିଲା। ସେ ଗତ ବର୍ଷ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ରୁ ଅଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ଥିଲେ। ଭାରତ ପାଇଁ କୌଣସି ଖେଳାଳି ଏହା କରିପାରି ନାହାଁନ୍ତି।

ଆଇସିସି ପୁରୁଷ ଟି -୨୦ ଟିମ ଅଫ୍ ଦି ଇୟର ୨୦୨୨ ରେ ଭାରତର ୩ ଖେଳାଳି ଅନ୍ତର୍ଭୁକ୍ତ ହୋଇଥିବାବେଳେ ୨ ଖେଳାଳି ମଧ୍ୟ ଇଂଲଣ୍ଡ ଦଳର ରହିଛନ୍ତି। ଏଥିରେ ପାକିସ୍ତାନର ଦୁଇ ଖେଳାଳି ମଧ୍ୟ ସାମିଲ ହୋଇଥିବାବେଳେ ଶ୍ରୀଲଙ୍କା, ଜିମ୍ବାୱେ, ଆୟର୍ଲାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରତ୍ୟେକ ଖେଳାଳି ଏଥିରେ ସାମିଲ ଅଛନ୍ତି, ଯେଉଁମାନେ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭଲ ବର୍ଷ କରିଥିଲେ।

Presenting the ICC Men's T20I Team of the Year 2022

Get real time updates directly on you device, subscribe now.