fbpx
BJD SKY
BJD SKY

ଅଧିନାୟକ ହରମନପ୍ରୀତଙ୍କ ଉପରେ ଆଇସିସି ଲଗାଇଲା ବ୍ୟାନ୍: ଜାଣନ୍ତୁ କେତେ ଦିନ ବାଦ୍ ପଡ଼ିବେ

BJD

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ବ୍ୟାନ ଆଦେଶ ଜାରି କରିଛି ଆଇସିସି । ଆଚାର ସଂହିତାର ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ହରମନଙ୍କ ଉପରେ ଏପରି ଏକ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଭଳି କାଣ୍ଡ ପରେ ଆସନ୍ତା ୨ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ପର୍ଯ୍ୟନ୍ତ ହରମନଙ୍କୁ ନିଲମ୍ବିତ କରିଛି ଆଇସିସି । ମହିଳା ଚମ୍ପିଆନସିପ ସିରିଜର ତୃତୀୟ ମ୍ୟାଚରେ ଘଟିଯାଇଥିବା କିଛି ଘଟଣାକୁ ନେଇ ଭାରତୀୟ ଅଧିନାୟକଙ୍କ ଉପରେ ଆଇସିସି ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଢାକାରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ ହରମନ ଆଇସିସି ନିୟମର ଉଲ୍ଲଙ୍ଘନ କରିଥିଲେ ଟିମ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର । ମ୍ୟାଚର ୩୪ତମ ଓଭରରେ ସ୍ପିନର ନାହିଦା ଅଖତରଙ୍କ ବୋଲିଂରେ କ୍ୟାଚ ଆଉଟ ହେବା ପରେ କିଛି ଅଜବ କାରନାମା କରିଥିଲେ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ନିରାଶ ହୋଇ ବ୍ୟାଟରେ ୱିକେଟକୁ ପିଟି ସେ ପାଭିଲିୟନ ଚାଲି ଯାଇଥିଲେ । ଏହାକୁ ନେଇ ହରମନପ୍ରୀତ କୌରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇ ଆଇସିସି ।

Get real time updates directly on you device, subscribe now.