fbpx

ଆପଣଙ୍କ ଜନ୍ମ ତାରିଖରୁ ଜାଣନ୍ତୁ, କେଉଁ କ୍ଷେତ୍ରରେ ସଫଳତା ପାଇବେ

ଜ୍ୟୋତିଷମାନଙ୍କ ଅନୁଯାୟୀ, ଯହି ଆପଣ ଅଙ୍କଜ୍ୟୋତିଷ ସାହାଯ୍ୟରେ ଆପଣଙ୍କ କ୍ୟାରିୟର ବାଛନ୍ତି ତେବେ ଜୀବନରେ ଶୀଘ୍ର ସଫଳତା ମିଳିଥାଏ । ଏହି ଅଙ୍କଜ୍ୟୋତିଷ ମାଧ୍ୟମରେ ଆପଣ ଜାଣିପାରିବେ ଯେ କେଉଁ କ୍ଷେତ୍ର ଆପଣଙ୍କ ପାଇଁ ଲାଭବାନ ହେବ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଜନ୍ମ ତାରିଖ ଜାଣିବାକୁ ପଡିବ । ଆପଣ ଯେଉଁ ତାରିଖରେ ଜନ୍ମ ହୋଇଛନ୍ତି ତାହା ହେଉଛି ଆପଣଙ୍କର ମୂଳଅଙ୍କ ।

ଆପଣଙ୍କ ମୂଳଅଙ୍କ ଜାଣିବେ କିପରି

ଯଦି ଆପଣ ୩ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କ ମୂଳଅଙ୍କ ହେଉଛି ୩ । ସେହି ପରି ୧୧ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିର ମୂଳଅଙ୍କ ୨(୧+୧=୨) । ୨୯ ତାରିଖରେ ଜନ୍ମ ହୋଇଥାନ୍ତି ତେବେ ମୂଳଅଙ୍କ ହେଉଛି ୨ (୨+୯=୧୧) (୧+୧=୨)
ଆପଣଙ୍କ ମୂଳଅଙ୍କରୁ ଆପଣ କେଉଁ କ୍ଷେତ୍ରରେ ଅଧିକ ଲାଭବାନ ହେବେ ଜାଣନ୍ତୁ ।

ମୂଳଅଙ୍କ ୧- ଯାହାର ମୂଳଅଙ୍କ ୧ ସେମାନେ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଦକ୍ଷ ହୋଇଥାନ୍ତି । ଏହା ସହ ସେମାନେ ଡିଜାଇନିଂ, ଚଳଚିତ୍ର ନିର୍ମାଣ କିମ୍ବା ବିଜ୍ଞାନ କ୍ଷେତ୍ରରେ ଯିବା ଉଚିତ ।

ମୂଳଅଙ୍କ୨- ଏହି ମୂଳଅଙ୍କ ଥିବା ଲୋକମାନଙ୍କ ପାଇଁ ନୃତ୍ୟ, ଲେଖକ, କବି ଆଦି କ୍ଷେତ୍ରରେ ଭବିଷ୍ୟତ ଗଢିବା ଶୁଭ ହୋଇଥାଏ ।

ମୂଳଅଙ୍କ୩- ମୂଳଅଙ୍କ୩ ଥିବା ବ୍ୟକ୍ତିମାନେ ଶିକ୍ଷକତା ଓ କାଉଁସେଲିଂ ଭଳି କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏହାସହ ଚଳଚିତ୍ର ନିର୍ଦ୍ଦେଶନା, ଅଭିନୟ ଏବଂ ସାମ୍ବାହିକତା କ୍ଷେତ୍ରରେ ଯିବା ଉଚିତ ।

ମୂଳଅଙ୍କ୪-ଏହି ମୂଳଅଙ୍କ ଥିବା ବ୍ୟକ୍ତିମାନେ ଇଞ୍ଜିନିୟରିଂ କିମ୍ବା କମ୍ପ୍ୟୁଟର ବିଜ୍ଞାନ ସହିତ ଜଡିତ କାର୍ଯ୍ୟ କରିବା ଉଚିତ ।

ମୂଳଅଙ୍କ୫- ମୂଳଅଙ୍କ୫ ଥିବା ବ୍ୟକ୍ତିମାନଙ୍କର, ଲେଖିବା, ପଢିବା ଏବଂ ପ୍ରକାଶନ କରିବାରେ ଆଗ୍ରହ ଥାଏ

ମୂଳଅଙ୍କ୬- ମୂଳଅଙ୍କ୬ ଥିବା ବ୍ୟକ୍ତିମାନେ ସମାଜସେବା, ଡାକ୍ତରୀ, ଆୟୁର୍ବେଦ,ଯୋଗ ଏବଂ ରୋଷେଇ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବା ଉଚୁତ । ସେମାନେ ସାମାଜିକ ଜୀବନ ସହ ଜଡିତ ଅନ୍ୟ କ୍ଷେତ୍ରକୁ ମଧ୍ୟ ଯାଇପାରନ୍ତି ।

ମୂଳଅଙ୍କ୭- ଏହି ମୂଳଅଙ୍କ ଥିବା ଲୋକମାନଙ୍କର ରହସ୍ୟ ଜାଣିବା ଏବଂ ବୁଝିବାରେ ବହୁତ ଆଗ୍ରହ ଥାଏ । ସେମାନଙ୍କ ପାଇଁ ଗୁପ୍ତଚର, ବୈଜ୍ଞାନିକ ଏବଂ ପ୍ରତ୍ନତତ୍ତ୍ୱବିତ ହେବା ସଫଳତାର ଆଣିଥାଏ ।

ମୂଳଅଙ୍କ୮- ମୂଳଅଙ୍କ୮ ଥିବା ବ୍ୟକ୍ତିମାନଙ୍କ ପାଇଂ ଅର୍ଥ ସହିତ ଜଡିତ କାର୍ଯ୍ୟ କରିବା ଉପଯୁକ୍ତ ଅଟେ । ବ୍ୟାଙ୍କିଙ୍ଗ ଏବଂ ମ୍ୟାନେଜମେଣ୍ଟ ଇତ୍ୟାଦିରେ ସେମାନେ ସଫଳ ହୁଅନ୍ତି ।

ମୂଳଅଙ୍କ୯- ମୂଳଅଙ୍କ୯ ଥିବା ବ୍ୟକ୍ତିମାନେ ଫିଟନେସ୍କୁ ନେଇ ବେଶି ରୁଚି ରଖନ୍ତି । ସେମାନେ ଖେଳାଳି, ଓକିଲ ହୋଇପାରନ୍ତି । ଏହା ସହ ସେମାନେ ପୋଲିସରେ ମଧ୍ୟ ଯୋଗ ଦେଇପାରିବେ ।

Get real time updates directly on you device, subscribe now.