fbpx
BJD SKY
BJD SKY

ପୁଣି ଥରେ ଆରମ୍ଭ ହେବ କି ୧୦୦୦ ଟଙ୍କିଆ ନୋଟ ? ଉତ୍ତର ରଖିଲେ ଅର୍ଥ ମନ୍ତ୍ରଣାଳୟ

BJD

ନୂଆଦିଲ୍ଲୀ: ଗତ ମେ ମାସରେ ସରକାର ୨୦୦୦ ଟଙ୍କା ନୋଟ ବନ୍ଦ କରି ଏହାକୁ ସେପ୍ଟେମ୍ବର ମାସ ସୁଦ୍ଧା ବ୍ୟାଙ୍କରେ ଜମା କରିବା ପାଇଁ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ସଂସଦ ଗୃହରେ ମଧ୍ୟ ଚର୍ଚ୍ଚା ଧରିଥିଲା । ଏବେ ସରକାରଙ୍କ ସମ୍ମୁଖରେ ପ୍ରଶ୍ନ ଉଠିଛି ଯେ, ୨୦୦୦ ଟଙ୍କା ଜମା କରିବାର ଶେଷ ତାରିଖକୁ ବୃଦ୍ଧି କରାଯାଇପାରିବ କି? ଏହା ସହ ୧୦୦୦ ଟଙ୍କା ନୋଟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କି?

ତେବେ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ ଉତ୍ତର ରଖିଛନ୍ତି ଯେ, ବ୍ୟାଙ୍କରେ ୨୦୦୦ ଟଙ୍କା ନୋଟ ଜମା କରିବାର ସମୟସୀମାରେ କୌଣସି ବୃଦ୍ଧି କରାଯାଇ ନାହିଁ । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ସମୟ ସୀମା ଅଛି ଏବଂ ଏହି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତଙ୍କୁ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କରେ ଜମା କରିବାକୁ ପଡିବ । ସେହିପରି ୧୦୦୦ ଟଙ୍କିଆ ନୋଟ ପୁଣି ଥରେ ଫେରିବ କି ନାହିଁ ତାହାର କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ ।

ତେବେ ସଂସଦରେ ବିରୋଧୀମାନେ ପ୍ରଶ୍ନ କରିଥିଲେ ଯେ, କଣ ସରକାର ପୂନର୍ବାର କଳା ଟଙ୍କା ହଟାଇବାକୁ ବିମୁଦ୍ରୀକରଣ କରିବା ପାଇଁ ଯୋଜନା କରୁଛନ୍ତି କି ଏବଂ ୫୦୦ ଟଙ୍କା ନୋଟକୁ ମଧ୍ୟ ଅଚଳ କରିବେ କି? । ଏହାର ଉତ୍ତର ଦେଇ ଅର୍ଥ ମନ୍ତ୍ରଣାଳୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କର ଏଭଳି କିଛି ଯୋଜନା ନାହିଁ । ଭବିଷ୍ୟତରେ ଯଦି ଏହାକୁ ନେଇ କୌଣସି ଯୋଜନା କରାଯିବ ତେବେ ସମସ୍ତଙ୍କୁ ଏ ବିଷୟରେ ଅବଗତ କରାଯିବ ।

ଆରବିଆଇର ସୂଚନା ଅନୁଯାୟୀ, ୨୦୦୦ଟଙ୍କା ନୋଟ ପ୍ରତ୍ୟାହାର ଘୋଷଣା ହେବା ଠାରୁ ଏପର୍ଯ୍ୟନ୍ତ ୭୬ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କରେ ଜମା ହୋଇଛି । ତେବେ ୨୦୧୬ରେ ସରକାର ବିମୁଦ୍ରୀକରଣ କରି ୧୦୦୦ ଟଙ୍କା ଓ ୫୦୦ ଠଙ୍କା ନୋଟ ବନ୍ଦ କରିଦେବା ସହ ୫୦୦ଟଙ୍କାଆ ନୂଆ ନୋଟ ଏବଂ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.