fbpx

କେବେ ଭାବିଛନ୍ତି କାହିଁକି ଘରକୁ ଆସିଥାନ୍ତି ମାଛି, ଏହା ଜାଣିଯିବା ପରେ ସହଜ ହୋଇଯିବ ମାଛି ଘଉଡାଇବା

ବର୍ଷାଦିନେ ଘରେ ମାଛି ହେବା ଏକ ସାଧାରଣ ସମସ୍ୟା । ଘରୁ ମାଛିଙ୍କୁ ତଡିବା ଲାଗି କିଏ କେତେପ୍ରକାର ଉପାୟ ଆପଣାଇ ଥାଏ । କିଏ ଘରେ ବିଭିନ୍ନ ପ୍ରକାର ସ୍ପ୍ରେ କରିଥାଏ ତ ଆଉ କିଏ ମଶା ମାଛି ଘଉଡାଉଥିବା ମେସିନକୁ ଦିନରାତି ଅନ୍ କରି ରଖିଥାଏ । କେହି କେହି ତ ଦିନକୁ ୩ରୁ ୪ ଥର ଘର ପୋଛା ମାରିଥିଲେ ବି ଏହି ମାଛିମାନେ ଘରୁ ଯିବାର ନାଁ ହିଁ ଧରି ନ ଥାନ୍ତି । ତେବେ ମାଛି ଘରର ବାଥରୁମ୍, କିଚେନ୍ ଆଦି ସ୍ଥାନକୁ କାହିଁକି ଆସିଥାନ୍ତି ଯଦି ଆପଣ ଏହାର କାରଣ ଜାଣିଯିବେ ତେବେ ମାଛିଙ୍କୁ ଘରୁ ତଡିବା ଆଉ କଷ୍ଟକର ହେବ ନାହ
୧-ଯଦି ଥରେ ମାଛିମାନେ ଘର ଭିତରେ ଥରେ ଅଣ୍ଡା ଦେଇଛନ୍ତି ତ ତେବେ ସେମାନେ ଆଉ ଘରୁ ଯିବାର ନାଁ ଧରିବେ ନାହିଁ । ତେଣୁ ଆପଣ ସେହି ଯାଗାକୁ ଖୋଜନ୍ତୁ ଯେଉଁଠି ମାଛିମାନେ ଅଣ୍ଡା ଦେଇଛନ୍ତି । ଖୋଲା ଡଷ୍ଟବିନରେ ମାଛିମାନେ ପ୍ରାୟତଃ ଅଣ୍ଡା ଦେଇଥାନ୍ତି । ଏହା ବ୍ୟତିତ ଘରର ପୋଷା କୁକୁରର ଖାଦ୍ୟ ପ୍ଲେଟରେ ଜମାହୋଇଥିବା ବାସିଖାଦ୍ୟରେ ବି ମାଛିମାନେ ଅଣ୍ଡା ଦେଇପାରନ୍ତି । ତେଣୁ ପ୍ରଥମେ ଏହିସବୁ ସ୍ଥାନକୁ ସଫା କରନ୍ତୁ ।
୨-ବହୁ ସମୟରେ ମାଛିଙ୍କ ଅଣ୍ଡା ଦେବା ଯାଗା ବର୍ଷା ପାଣିରେ ଭାସିଯାଏ କି ବୁଡିଯାଏ । ଫଳରେ ମାଛିମାନେ ଅଣ୍ଡା ଦେବା ଲାଗି ଘରକୁ ପ୍ରବେଶ କରିଥାନ୍ତି ଓ ସେମାନଙ୍କ ଲାଗି ଅନୁକୂଳ ଯାଗା ଖୋଜିଥାନ୍ତି ଓ ଯାଗା ମିଳିଗଲେ ସେଠାରେ ଅଣ୍ଡା ଦେଇଥାନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ମାଛିମାନେ ବହୁସଂଖ୍ୟାରେ ଅଣ୍ଡା ଦେଇଥାନ୍ତି ।
୩-ଯଦି ଆପଣଙ୍କ ଘରର ପ୍ରବେଶ ପଥରେ କିମ୍ବା ମୁଖ୍ୟ ଦ୍ୱାରରେ ଡଷ୍ଟବିନ ରହିଛି ତେବେ ମାଛି ସହଜରେ ଘର ମଧ୍ୟକୁ ପ୍ରବେଶ କରିଯାଆନ୍ତି ।
୪-ବହୁ ସମୟରେ ଡ୍ରେନ୍ ପାଇପ୍ ଫାଟିବା ଦ୍ୱାରା ମଇଳା ପାଣି ଲିକେଜ୍ ହୋଇଥାଏ । ମାଛିମାନେ ଏହି କ୍ରାକ୍ସ ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଅଣ୍ଡା ଫାଟିଯିବା ପରେ ମାଛିମାନେ ଖୁବ୍ ସହଜରେ ଘର ମଧ୍ୟକୁ ପଶି ଆସନ୍ତି ।
୫-ଖାଦ୍ୟ ବାସ୍ନାରେ:
ଆପଣ ଘରେ ଫଳ, ମସଲା, ମିଠା ଜାତୀୟ ଖାଦ୍ୟ ଖୋଲା ରଖିଦେଲେ ତାହାର ବାସ୍ନାରେ ମାଛି ଘର ମଧ୍ୟକୁ ପଶି ଆସନ୍ତି । ତେଣୁ ସର୍ବଦା ଖାଦ୍ୟପଦାର୍ଥକୁ ଘୋଡାଇ ରଖନ୍ତୁ ।

 

Get real time updates directly on you device, subscribe now.