fbpx
BJD SKY
BJD SKY

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

BJD

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ଦେଶର ପ୍ରଥମ ନାଗରିକଙ୍କୁ ଭବ୍ୟ ସ୍ୱାଗତ କରାଯାଇ ପାଛୋଟି ରାଜଭବନ ଅଭିମୁଖେ ଯାଇଛନ୍ତି । ଲୋକଗୀତ ଏବଂ ବାଜାର ତାଳେ ତାଳେ ତାଙ୍କୁ ସ୍ୱାଗତ ଜଣାଯାଇଛି । ତେବେ ସ୍ୱାଗତ ସମୟରେ ଆସିଥିବା ଲୋକମାନଙ୍କ ପାଖକୁ ଯାଇ ସେ ସେମାନଙ୍କ ସହ ଭେଟ କରିଛନ୍ତି ।

Get real time updates directly on you device, subscribe now.