fbpx

ICCରେ ଜୟ ଶାହାଙ୍କୁ ମିଳିଲା ବଡ଼ ଦାୟିତ୍ୱ, କାଟ ଖାଇଲା ପାକିସ୍ତାନର ପ୍ରସ୍ତାବ

ବିସିଆଇ ସାଧାରଣ ସଚିବ ଜୟ ଶାହାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ରେ ବହୁତ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଆଇସିସିର ପୁରୁଷ କ୍ରିକେଟ କମିଟିର ସଦସ୍ୟ ଭାବରେ ସ୍ଥାନ ମିଳିଛି । ରବିବାର ଦୁବାଇରେ ଆଇସିସିର ତ୍ରୈମାସିକ ବୈଠକରେ ଏହି ଘୋଷଣା ହୋଇଛି ।

ଜୟ ଶାହାଙ୍କୁ ମିଶାଇ ଏହି କମିଟିରେ ୫ ଜଣ ସଦସ୍ୟ ଅଛନ୍ତି । ମହେଲା ଜୟବର୍ଦ୍ଧନ, ଗ୍ୟାରୀ ଷ୍ଟିଡ, ଜୋଏଲ ଓ୍ଵିଲସନ, ଜେମି କକ୍ସ ସାମିଲ ଅଛନ୍ତି । ଏଥି ସହିତ ଏହି ବୈଠକରେ ଆଇସିସି ଟି-୨୦ ବିଶ୍ୱକପକୁ ନେଇ ଗୂରୁତ୍ୱପୁର୍ଣ୍ଣ ନିଷ୍ପତି ହୋଇଛି । ୨୦୨୪ରେ ହେବାକୁ ଥିବା ବିଶ୍ୱକପ୍ ରେ ୧୨ଟି ଟିମ୍ ଭାଗ ନେବେ । ତେବ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଶୀର୍ଷ ଆଠଟି ଟିମ୍ ସାମିଲ ହେବେ ।

ଶୀର୍ଷ ଆଠ ସ୍ଥାନ ପାଇଁ ନିଷ୍ପତି ରିଜିଓନାଲ କ୍ୱାଲିଫିକେସନ ପ୍ରକ୍ରିୟା ମାଧ୍ୟମରେ କରାଯିବ । ଏଥିରେ ଆଫ୍ରିକା, ଏସିଆ ଏବଂ ୟୁରୋପରୁ ଦୁଇଟି ଟିମ୍ ଏବଂ ଆମେରିକା ଏବଂ ଇଏପିରୁ ଗୋଟିଏ ଲେଖାଏଁ ଟିମ ସାମିଲ ହେବେ ।

ତେବେ ଏହି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜାଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଖାରଜ ହୋଇଯାଇଛି । ରମିଜ ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଏକ ଚତୁରାଷ୍ଟ୍ରୀୟ ସିରିଜ ଆୟୋଜିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହା ଆଇସିସି ସର୍ବସମ୍ମତି କ୍ରମେ ଖାରଜ କରି ଦେଇଥିଲା ।

Get real time updates directly on you device, subscribe now.