fbpx

ଆଇଆଇସିସି ଦିନିକିଆ ବୋଲିଂ ର‌୍ୟାଙ୍କିରେ ମହମ୍ମଦ ସିରାଜଙ୍କ ଦବଦବା, ହେଲେ ବିଶ୍ୱର ଏକ ନମ୍ବର ବୋଲର

ନୂଆଦିଲ୍ଲୀ: ଆଇଆଇସିସି ଦିନିକିଆ ବୋଲିଂ ର‌୍ୟାଙ୍କିରେ ଝଡ଼ ସୃଷ୍ଟି କରିଛନ୍ତି ମହମ୍ମଦ ସିରାଜ। ଖେଳ ଜୀବନର ଶ୍ରେଷ୍ଠ ଫର୍ମ ଦେଇ ଗତି କରୁଥିବା ସିରାଜ ଦିନିକିଆରେ ୧ ନମ୍ବର ବୋଲର ହୋଇଛନ୍ତି। ନିକଟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ରେ ସିରାଜଙ୍କ ପ୍ରଦର୍ଶନ ଦମଦାର ଥିଲା। ଯେଉଁଥି ପାଇଁ ଏବେ ସେ ବିଶ୍ୱର ଏକ ନମ୍ବର ବୋଲର ହୋଇପାରିଛନ୍ତି। ପ୍ରଥମ ଥର ପାଇଁ ସିରାଜ ଏହି ସଫଳତା ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜସ୍ ହାଜେଲଉଡ୍‌ଙ୍କୁ ପଛରେ ପକାଇ ସେ ଏହି ସ୍ଥାନକୁ ଉନ୍ନିତ ହୋଇଛନ୍ତି।

ଗତ ଏକ ବର୍ଷ ମଧ୍ୟରେ ସିରାଜ ତାଙ୍କର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ନିକଟରେ ଭାରତରେ ଖେଳା ଯାଉଥିବା ଦିନିକିଆ ସିରିଜରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ଘାଇଲା କରି ପକାଉଥିଲେ। ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରାଜ ଶ୍ରେଷ୍ଠ ବୋଲିଂ କରିଥିଲେ। ସିରାଜ ଗତ ୨୦ ଦିନିକିଆ ମ୍ୟାଚ୍‌ରେ ୩୭ ଉଇକେଟ୍ ପାଇଛନ୍ତି। ସିରାଜଙ୍କ ଏହି ଦମଦାର ପ୍ରଦର୍ଶନ ବଳରେ ଆଇସିସି ତାଙ୍କୁ ଦିନିକିଆ ଟିମ୍ ଅଫ ଦି ଇୟର ୨୦୨୨ରେ ମଧ୍ୟ ସ୍ଥାନ ଦେଇଛି।

ଆଇସିସି ଦ୍ୱାରା ଜାରି ସଦ୍ୟତମ ର‌୍ୟାଙ୍କି ଦେଖିଲେ ସିରାଜଙ୍କ ପଛକୁ ଅଷ୍ଟ୍ରେଲିଆ ବୋଲର ଜ୍ ହାଜେଲଉଡ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ତୃତୀୟ ସ୍ଥାନରେ ରହିଛନ୍ତି । ଦିନିକିଆ ଟପ୍ ୧୦ରେ ଏକମାତ୍ର ଭାରତୀୟ ରୂପେ ସିରାଜ ରହିଛନ୍ତି ।

Get real time updates directly on you device, subscribe now.