fbpx

ଘୋଷଣା ହେଲା ମହିଳା ପ୍ରିମିୟର ଲିଗ୍ ଦଳ, ଜାଣନ୍ତୁ କିଏ କିଣିଲେ କେଉଁ ଟିମ୍

ମୁମ୍ବାଇ: ଭାରତରେ ମହିଳା ପ୍ରିମିୟର ଲିଗ୍ ପାଇଁ ଯେତିକି ଉତ୍ସାହ ବଢୁଛି ଏହାକୁ ନେଇ ସେତେ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି। ମହିଳା ପ୍ରିମିୟର ଲିଗ୍ ପାଇଁ ମୋଟ ୪୬୬୯.୯୯ କୋଟି ଟେଣ୍ଡର କରାଯାଇଛି। ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛି। ମହିଳା ପ୍ରିମିୟର ଲିଗରେ, ଆରସିବି ଏବଂ ଆଦାନୀ ସମେତ ବଡ କମ୍ପାନୀଗୁଡିକ ଟେଣ୍ଡର କରି ଦଳ କିଣିଛନ୍ତି। ମହିଳା ଆଇପିଏଲ୍ ଦଳ ନିଲାମରେ ବିସିସିଆଇ ୪୬୬୬.୯୯ କୋଟି ଟଙ୍କା ଆୟ କରିଛି।

୫ ଟି ଟିମକୁ ନେଇ ମହିଳା ପ୍ରିମିୟର ଲିଗ୍ ଚଳିତ ବର୍ଷ ମୁମ୍ବାଇରେ ଖେଳାଯିବ। ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନରେ ପ୍ରବେଶ କରୁଥିବା ପାଞ୍ଚଟି ଦଳ ଭାବେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ ରହିଛନ୍ତି।

ମହିଳା ପ୍ରିମିୟର ଲୀଗ୍ ଟିମ୍ ନିଲାମି ପୁର୍ବରୁ ଭାୟକମ୍‌-୧୮ ଡିଜନି ହଟଷ୍ଟାର୍ ଏବଂ ସୋନୀକୁ ପଛରେ ପକାଇ ମିଡିଆ ରାଇଟ୍ସ ପାଞ୍ଚ ବର୍ଷ ପାଇଁ ୯୫୧ କୋଟି ଟଙ୍କାରେ କିଣି ସାରିଛି ।

ମହିଳା ପ୍ରିମିୟର ଲିଗରେ ସାମିଲ ହେବାକୁ ଥିବା ଦଳଗୁଡିକ ନିମ୍ନଲିଖିତ ଅଟେ।

1. ଆଦାନୀ ସ୍ପୋର୍ଟସ୍ ଲାଇନ୍ PVT. LTD, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା।
2. ଇଣ୍ଡିଆୱିନ୍ ସ୍ପୋର୍ଟସ୍ PVT. LTD, ମୁମ୍ବାଇ, ୯୧୨.୯୯ କୋଟି।
3. ରୟାଲ୍ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ୍ PVT. LTD, ବେଙ୍ଗାଲୁରୁ, ୯୦୧ କୋଟି।
4. JSW GMR କ୍ରିକେଟ୍ PVT. LTD, ଦିଲ୍ଲୀ, ୮୧୦ କୋଟି।
5. କ୍ୟାପ୍ରି ଗ୍ଲୋବାଲ୍ ହୋଲ୍ଡିଂସ୍ PVT. LTD, ଲକ୍ଷ୍ନୌ, ୭୫୭ କୋଟି।

Get real time updates directly on you device, subscribe now.