fbpx

ସରସ୍ୱତୀ ମୂତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲପିଲା, ଅଟୋ ଓଲଟି ୫ ଛାତ୍ର ଗୁରୁତର

ଜଳେଶ୍ୱର: ସକାଳ ପାହିଲେ ସରସ୍ୱତୀ ପୂଜା । ବହୁ ଆଡ଼ମ୍ବର ସହ ସ୍କୁଲ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ପୂଜା ପାଇଁ ଆୟୋଜନ କରୁଛନ୍ତି । ଏହାରି ମଧ୍ୟରେ ଆଜି ୫ଜଣ ଛାତ୍ର ସରସ୍ୱତୀ ପୂଜା ପାଇଁ ମୂର୍ତ୍ତି ଆଣିବାକୁ ଗଲାବେଳେ ଅଟୋ ଓଲଟି ଦୁର୍ଘଟଣା ଘଟିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ରାଇବଣିଆ ଥାନା ଓଲମରା ହାଇସ୍କୁଲରେ ୫ଜଣ ଛାତ୍ର ଏକ ଅଟୋରେ ବସି ମାଆ ସରସ୍ୱତୀଙ୍କ ମୂର୍ତ୍ତି ଆଣିବାକୁ ଯାଉଥିଲେ । ଅଟୋରେ ଯାଉଥିବା ବେଳେ କଣ୍ଟାବଣିଆ ଛକରେ ଅଣାୟତ୍ତ ହୋଇ ଗାଡ଼ିଟି ଓଲଟି ପଡ଼ି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି ।

ଘଟଣାସ୍ଥଳରେ, ସ୍ଥାନୀୟ ଲୋକେ ଓଲଟି ପଡିଥିବା ଅଟୋକୁ ଉଠାଇ ଭିତରେ ଫସିରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଛାତ୍ରଙ୍କୁ ହାତୀଗୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହ ସେଠାରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.