fbpx

ଆଇସିସ ଟେଷ୍ଟ ବ୍ୟାଟିଂ ର‌୍ୟାକିଂ; କୋହଲି ପଞ୍ଚମ, ରୋହିତ ଓ ପନ୍ତଙ୍କୁ ଷଷ୍ଠ ସ୍ଥାନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ସଦ୍ୟ ପ୍ରକାଶିତ ଆଇସିସ ଟେଷ୍ଟ ବ୍ୟାଟିଂ ର‌୍ୟାକିଂରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନରେ ଥିବା ବେଳେ ଓପନର ରୋହିତ ଶର୍ମା ଓ ୱିକେଟ କିପର ଋଷଭ ପନ୍ତ ଯୁଗ୍ମ ଭାବେ ଷଷ୍ଠ ସ୍ଥାନରେ ଅଛନ୍ତି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜର ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମଇଂନିସରେ ୨୦୦ ଓ ଦ୍ୱିତୀୟ ଇଂନିସରେ ୨୩ ରନ କରି ୪୪୭ ରେଟିଂ ପଏଣ୍ଟ ପାଇବା ସହ ଆଇସିସି ମାନ୍ୟତାର ୭୭ତମ ସ୍ଥାନ ପାଇଛନ୍ତି ।

ସୂଚନା ଯୋଗ୍ୟ ଯେ କନୱେ ସ୍ୱଳ୍ପ ସଂଖ୍ୟକ ସୀମିତ ଓଭର ମ୍ୟାଚ ଖେଳିବା ସୁଯୋଗ ପାଉଥିବାରୁ ସଂପ୍ରତି ଦିନିକିଆରେ୧୨୧ତମ ସ୍ଥାନରେ ଅଛନ୍ତି ।

Get real time updates directly on you device, subscribe now.