fbpx

ଟେଷ୍ଟ୍ ର଼୍ୟାଙ୍କିଙ୍ଗ ବିବାଦ: ଭୁଲ୍ ମାଗିଲା ICC, କହିଲା କିପରି ଭାରତ ହୋଇଥିଲା ଏକ ନମ୍ବର ଟିମ୍

ନୁଆଦିଲ୍ଲୀ: ବୁଧବାର ମାତ୍ର କିଛି ସମୟ ପାଇଁ ଭାରତ ଟେଷ୍ଟ୍ କ୍ରିକେଟ୍‌ରେ ନମ୍ବର-୧ ମାନ୍ୟାତା ହାସଲ କରିଥିଲା। ଆନ୍ତର୍ଜାତୀୟ ର୍କିକେଟ୍ ପରିଷଦ(ଆଇସିସି) ପକ୍ଷରୁ ଗତକାଲି ଦିନ ୧.୩୦ ସମୟରେ ହୋଇଥିବା ଅପଡେଟ୍ ଅନୁଯାୟୀ ଭାରତ ତିନୋଟି ଯାକ ଫର୍ମାଟ୍‌ରେ ଏକ ନମ୍ବର ସ୍ଥାନ ଅଳଙ୍କୁତ କରିଥିଲା। କିନ୍ତୁ କିଛି ସମୟ ପରେ ଭାରତ ପୁଣି ଦ୍ୱିତୀୟ ସ୍ଥାନକୁ କସିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନକୁ ଫେରିଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ତେବେ ଗୁରୁବାର ଆଇସିସି ଏହାର ଭୁଲ୍‌କୁ ସ୍ୱୀକାର କରି ଏକ ବୟାନ ଜାରି କରିଛି। ଏହି ବୟାନ୍‌ରେ ଆଇସିସି କହିଛି ଯେ, ‘ଭୁଲ୍ ବଶତଃ ବୁଧବାର ଭାରତ ଏହାର ବ୍‌ସାଇଟ୍‌ରେ କିଛି ସମୟ ପାଇଁ ଏକ ନମ୍ବର ସ୍ଥାନରେ ଦେଖା ଦେଇଥିଲା। ଏଥି ପାଇଁ କୌଣସି ପ୍ରକାର ସମସ୍ୟା ପାଇଁ ଆମେ ଦୁଖିଃତ। ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ୍ ସିରିଜ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି।’

ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ‘ଅଷ୍ଟ୍ରେଲିଆ ଦିଲ୍ଲୀରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜାନୁଆରୀ ୧୭ ତାରିଖରୁ ୧୨୬ ରେଟିଂ ପଏଣ୍ଟ ସହ ଏକ ନମ୍ବର ସ୍ଥାନ ପାଇଥିବା ବେଳେ ଭାରତର ୧୧୫ ପଏଣ୍ଟରୁ ୧୧ ପଏଣ୍ଟରେ ରହିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ର ଫାଇନାଲରେ ଭାରତ ସ୍ଥାନ ପାଇବାକୁ ଚେଷ୍ଟା କରୁଛି। ଜୁନ୍ ୭ ରୁ ୧୧ ପର୍ଯ୍ୟନ୍ତ ଲଣ୍ଡନର ଓଭାଲରେ ଖେଳାଯିବାକୁ ଥିବା ଫାଇନାଲରେ ସ୍ଥାନ ପାଇବା ପାଇଁ ଅଷ୍ଟ୍ରେଲିଆ ମଧ୍ୟ ଦୌଡ଼ରେ ଅଛି।’ ସମାନ ପ୍ରକାର ଭୁଲ୍ ଆଇସିସି ଦ୍ୱାରା ଗତ ମାସରେ ମଧ୍ୟ ହୋଇଥିଲା। ଭାରତ ୧୫୫ ପଏଣ୍ଟ ରେଟିଂ ସହିତ ଏକ ନମ୍ବରକୁ ଆସି ଯାଇଥିଲା। ଏବଂ ଅଷ୍ଟ୍ରେଲିଆ ଟିମ୍ ୧୧୧ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଆସି ଯାଇଥିଲା।

Get real time updates directly on you device, subscribe now.