fbpx

ଟେଷ୍ଟ କ୍ରିକେଟର ମର୍ଯ୍ୟାଦା ରକ୍ଷା କରିବ ICC! ବିସିସିଆଇ ବି ରାଜି, ଖେଳାଳିଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟରେ ଟେଷ୍ଟ ଫର୍ମାଟର କ୍ରେଜ କମିବାରେ ଲାଗିଛି । କ୍ରିକେଟ ଫ୍ୟାନ୍ସ ଏବେ ସବୁଠୁ ଛୋଟ ଏବଂ ଧମାକାଦାର ଫର୍ମାଟ ଟି-୨୦ ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଏଥିପାଇଁ ଅଧିକରୁ ଅଧିକ ଟି-୨୦ ମ୍ୟାଚ୍ ଏବଂ ସିରିଜ ମଧ୍ୟ ଖେଳାଯାଉଛି । କିନ୍ତୁ ବର୍ତ୍ତମାନ ଟେଷ୍ଟ କ୍ରିକେଟକୁ ପ୍ରାଧାନ୍ୟ ଦେଇ ଆଇସିସି ଏହାକୁ ବଞ୍ଚେଇ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି । ଆଇସିସି ଟେଷ୍ଟ କ୍ରିକେଟ ପାଇଁ ଅତି କମରେ ୧୫୦ ଲକ୍ଷ ଆମେରିକା ଡଲାରରେ ଭିନ୍ନ କୋଷ ପ୍ରସ୍ତୁତି କରିବା ପାଇଁ ବିଚାର ବିମର୍ଶ ଜାରି ରଖିଛି ।

ଆଇସିସିର ଏହି ଦମଦାର ପ୍ଲାନ ଦ୍ୱାରା ଖେଳାଳିମାନଙ୍କ ମ୍ୟାଚ୍ ଫିସ୍ ବଢାଇବା ପାଇଁ ମଧ୍ୟ ସୁଯୋଗ ମିଳିବ । ଏହାସହିତ ଖେଳାଳିମାନେ ଟି-୨୦ ପ୍ରତି ଅଧିକ ଆକୃଷ୍ଟ ହେବା ଅପେକ୍ଷା ଟେଷ୍ଟ ଫର୍ମାଟକୁ ମଧ୍ୟ ଗୁରୁତ୍ୱ ଦେଇପାରିବେ । ରିପାଟ ଅନୁସାରେ, କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି । ବିସିସିଆଇ ସଚିବ ଜୟ ଶାହଙ୍କ ସମେତ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ମଧ୍ୟ ଏହି ପ୍ରସ୍ତାବକୁ ସହମତି ଦେଇଛନ୍ତି । ଏହି କୋଷରେ ଟେଷ୍ଟ ଖେଳାଳିମାନଙ୍କ ନ୍ୟୁନତମ ମ୍ୟାଚ୍ ଫିସ୍ ମଧ୍ୟ ବୃଦ୍ଧି ପାଇବ । ଏହା ବିଦେଶୀ ଗସ୍ତରେ ଟିମ୍ ପଠାଇବା ଖର୍ଚ୍ଚ ମଧ୍ୟ ବହନ କରିବ । ଏଥିରେ ୱେଷ୍ଟଇଣ୍ଡିଜ ଭଳି କ୍ରିକେଟ ବୋର୍ଡକୁ ସାହାଯ୍ୟ ମିଳିପାରିବ । ଏହି ରିପୋର୍ଟରେ କୁହାଯାଇଛି ଯେ, ‘ଏହି କୋଷ ତିଆରି ହେବା ପରେ ସମସ୍ତ ଖେଳାଳିଙ୍କ ପାଇଁ ନ୍ୟୁନତମ ଆମାଉଣ୍ଟ ସୁନିଶ୍ଚିତ କରାଯିବ ଏବଂ ଏହା ପ୍ରାୟ ୧୦୦୦୦ ଡଲାର ହୋଇପାରେ । ଏହାବ୍ୟତୀତ ଟେଷ୍ଟ କ୍ରିକେଟରେ ସାମିଲ ହୋଇ ରହିବା ପାଇଁ ସଂଘର୍ଷ କରୁଥିବା ଦେଶମାନଙ୍କୁ ମଧ୍ୟ ବଦେଶ ଗସ୍ତରେ ସହାୟକ ହୋଇପାରିବ ।

ଜାନୁଆରୀରେ କ୍ରିକେଟ୍ ଅଷ୍ଟ୍ରେଲିଆର ରାଷ୍ଟ୍ରପତି ମାଇକ୍ ବାଇର୍ଡଙ୍କ ଦ୍ୱାରା ଏହିପରି ଏକ ପାଣ୍ଠି ପ୍ରତିଷ୍ଠା କରିବାର ସଂକଳ୍ପ ନିଆଯାଇଥିଲା ଏବଂ ଏଥିରେ ଅଗ୍ରଗତି ହୋଇଥିବାରୁ ସେ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ଯେ, ‘ଆମକୁ ସମସ୍ତ ପ୍ରତିବନ୍ଧକକୁ ହଟାଇବା ଏବଂ ଟେଷ୍ଟ କ୍ରିକେଟକୁ ଶ୍ରେଷ୍ଠତମ ହେବାକୁ ଉତ୍ସାହିତ କରିବା ଆବଶ୍ୟକ। ସୀମିତ ଓଭର କ୍ରିକେଟ୍ ର ନୂତନ ଫର୍ମାଟ୍ ସହିତ ଆଗକୁ ବଢିବାରେ ଲାଗିଥିବା ବର୍ତ୍ତମାନର କ୍ରିକେଟକୁ ପୁରୁଣା ଇତିହାସକୁ ବଜାୟ ରଖିବାର ଆବଶ୍ୟକତା ଅଛି । ତିନି ଧନୀ କ୍ରିକେଟ୍ ବୋର୍ଡ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଏହି ପାଣ୍ଠିରୁ କୌଣସି ଲାଭ ପାଇବା ସମ୍ଭାବନା ନାହିଁ । ସେମାନଙ୍କ ଖେଳାଳିଙ୍କୁ ପର୍ୟ୍ୟାପ୍ତ ଦରମା କରିବାରେ ଏମାନେ ଖୁବ ଆଗକରେ ରହିଛନ୍ତି ।

Get real time updates directly on you device, subscribe now.