fbpx

ଫୋନ୍ ଆପ୍ ରେ ୟୁପିଆଇ କ୍ରେଡିଟ୍ ଲାଇନ୍ ସୁବିଧା ଯୋଗାଇବ ଆଇସିଆଇସିଆଇ ବ୍ୟାଙ୍କ, ଗ୍ରାହକମାନେ ତୁରନ୍ତ ପାଇବେ ଲୋନ୍

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ୮ ଅକ୍ଟୋବରରେ ଏକ ବଡ଼ ଘୋଷଣା କରିଛି । ବ୍ୟାଙ୍କ କହିଛି ଯେ ଫୋନ୍ ପେ ସହିତ ଏକ ଚୁକ୍ତି ହୋଇଛି । ଏହା ଅଧୀନରେ ଗ୍ରାହକମାନେ ୟୁପିଆଇ ଜରିଆରେ ଆଇସିଆଇସିଆଇ ବ୍ୟାଙ୍କରୁ ଲୋନ୍ ନେଇପାରିବେ । ଏହି ସୁବିଧା ପାଇବାକୁ, ଆଇସିଆଇସିଆଇ ବ୍ୟାଙ୍କର ଲକ୍ଷ ଲକ୍ଷ ପୂର୍ବ-ଅନୁମୋଦିତ ଗ୍ରାହକଙ୍କୁ ଫୋନପେ ଆପରେ ସର୍ଟ-ଟର୍ମ କ୍ରେଡିଟ୍ ଲାଇନକୁ ସକ୍ରିୟ କରିବାକୁ ପଡିବ ।

ଆଇସିଆଇସିଆଇ ବ୍ୟାଙ୍କ ୟୁପିଆଇରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ ଲାଇନ୍ ପ୍ରଦାନ କରେ । ଗ୍ରାହକଙ୍କୁ ୪୫ ଦିନ ମଧ୍ୟରେ ଲୋନ୍ ରାଶି ପରିଶୋଧ କରିବାକୁ ପଡିବ ।

ଗ୍ରାହକମାନଙ୍କୁ ପର୍ବ ସମୟରେ ସପିଂ କରିବା ସହଜ ହେବ :-

ଆଇସିଆଇସିଆଇ ବ୍ୟାଙ୍କ ପାର୍ବଣ ଋତୁରେ ଏହି ପାର୍ଟନରସିପର ଘୋଷଣା କରିଛି । ଏହା ସହିତ ଗ୍ରାହକମାନେ ଇଲେକ୍ଟ୍ରୋନିକ୍ ଜିନିଷ, ହୋଟେଲ ବୁକିଂ ଏବଂ ଭ୍ରମଣ ଇତ୍ୟାଦି ପାଇଁ ସହଜରେ ଲୋନ୍ ପାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କ, ପ୍ରଡକ୍ଟ ହେଡ୍ (ପେମେଣ୍ଟ ସଲ୍ୟୁସନ୍) ନୀରଜ ଟ୍ରାଲାଶୱାଲା କହିଛନ୍ତି ଯେ, ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସହଜ ଲୋନ୍ ଯୋଗାଇବା ପାଇଁ ଫୋନ୍ ପେ ସହିତ ଚୁକ୍ତି ଆମେ ବହୁତ ଖୁସି । ସେ କହିଛନ୍ତି ଯେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ଅନୁମୋଦିତ ଗ୍ରାହକମାନେ ଫୋନପେ ଆପରେ ସେମାନଙ୍କର କ୍ରେଡିଟ୍ ଲାଇନ୍ ସୁବିଧା ସକ୍ରିୟ କରିପାରିବେ । ଏହା ପରେ ସେମାନେ ସହଜରେ ପାର୍ବଣ ଋତୁ ପାଇଁ ସେମାନଙ୍କର ସପିଂ କରିପାରିବେ ।

ୟୁପିଆଇ କ୍ରେଡିଟ୍ ଲାଇନରୁ ଲୋନ୍ ନେବା ବହୁତ ସହଜ :-

ଫୋନପେର ହେଡ୍ ଅଫ୍ ପେମେଣ୍ଟସ୍ ଦୀପ ଅଗ୍ରୱାଲ କହିଛନ୍ତି ଯେ ଆଇସିଆଇସିଆଇ ବ୍ୟାଙ୍କ ସହ ସହଭାଗିତା ଦ୍ୱାରା ଆମେ ଉତ୍ସାହିତ । ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ଅନୁମୋଦିତ ଗ୍ରାହକମାନେ ଆମ ପ୍ଲାଟଫର୍ମରେ ସହଜରେ ଲୋନ୍ ପାଇପାରିବେ । ସେମାନେ ଫୋନପେ ଆପରେ ସମ୍ପୂର୍ଣ୍ଣ ଡିଜିଟାଲ୍ ଅଭିଜ୍ଞତା ପାଇବେ । ବିଶେଷଜ୍ଞମାନେ କହିଛନ୍ତି ଯେ ୟୁପିଆଇରେ କ୍ରେଡିଟ୍ ଲାଇନ୍ ହେଉଛି ଏକ ଅଭିନବ ଉତ୍ପାଦ ଅଫର୍ । ଏହା ଦେଶର ଲୋକମାନଙ୍କ ପାଇଁ ଲୋନ୍ ନେବା ଅତି ସହଜ କରିବ ।

Get real time updates directly on you device, subscribe now.