fbpx

ICMR ସତର୍କ କରାଇଲା: ତେଲକୁ ବାରମ୍ବାର ଗରମ କଲେ ସେଥିରୁ କିଛି ବିଷାକ୍ତ ଯୋଗିକ ନିର୍ଗତ ହୁଏ, ତାହା କର୍କଟ ଓ ହୃଦରୋଗ ଆଶଙ୍କା ବଢ଼ାଇଥାଏ

AAKASH

ନୂଆଦିଲ୍ଲୀ: ସାଧାରଣ ଭାବେ ଆମେ ଘରେ, ଦୋକାନରେ ରୋଷେଇ କରିବା ପରେ କିଛି ତେଲ ବଳି ପଡ଼ିଥାଏ । ତେବେ ଉକ୍ତ ବଳକା ତେଲକୁ ଅନେକ ଲୋକ ସାଇତି ରଖିଥାନ୍ତି ଓ ପରବର୍ତ୍ତୀ ସମୟରେ ତାହାକୁ ପୁଣି ଥରେ ବ୍ୟବହାର କରିଥାନ୍ତି । ପ୍ରଥମ ଥର ତେଲକୁ ବ୍ୟବହାର କରିବା ସମୟରେ ତାହା ଗରମ ହୋଇଥାଏ । ପୁଣି ଦ୍ୱିତୀୟ ବ୍ୟବହାର କରିବା ସମୟରେ ଆଉ ଥରେ ଗରମ ହୋଇଥାଏ । ତେବେ ତେଲକୁ ଏପରି ବାରମ୍ବାର ଗରମ କରିବା ଦ୍ୱାରା ସେଥିରୁ କେତେକ ବିଷାକ୍ତ ଯୌଗିକ ପଦାର୍ଥ ନିର୍ଗତ ହୋଇଥାଏ, ଯାହାକି କର୍କଟ ଓ ହୃଦରୋଗ ଆଶଙ୍କା ବଢ଼ାଇଥାଏ ।

ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ତାହା ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ସତର୍କ କରାଯାଇଛି । ତେଲକୁ ଏପରି ବାରମ୍ବାର ବ୍ୟବହାର କରିବା ଦ୍ୱାରା ସେଥିରୁ ନିର୍ଗତ ହେଉଥିବା ବିଷାକ୍ତ ପଦାର୍ଥ ଶରୀରରେ ‘ଫି ରାଡିକାଲ୍ସ’ ବଢ଼ାଇଥାଏ । ଫଳରେ ପ୍ରଦାହ ବଢ଼ିବା ସହ ନାନା ପ୍ରକାରର ଦୀର୍ଘମିଆଦୀ ରୋଗ ସୃଷ୍ଟି ହୋଇଥାଏ । ତେଲ ଉଚ୍ଚ ତାପମାତ୍ରାରେ ଥିବା ସମୟରେ ସେଥିରେ ଥିବା କିଛି ଚର୍ବି ଅଂଶ ‘ଟ୍ରାନ୍ସ ଫ୍ୟାଟସ’ ଓ ‘ଆକ୍ରିଲାମାଇଡ୍’ ପରି ବିଷାକ୍ତ ଯୌଗିକରେ ପରିଣତ ହୋଇଥାଏ । ତେଣୁ ତେଲକୁ ଯଦି ଆମେ ଏକାଧିକ ଥର ଗରମ କରିବା ସେଥିରୁ ଅଧିକରୁ ଅଧିକ ‘ଟ୍ରାନ୍ସ ଫ୍ୟାଟସ’ ସୃଷ୍ଟ ହେବ । ତାହା ଆମ ଶରୀରରେ କର୍କଟ ଓ ହୃଦରୋଗ ସୃଷ୍ଟିର କାରଣ ସାଜିଥାଏ ।

ଆଜିକାଲି ବଜାରରେ ମାନଙ୍କରେ ଅଧିକାଂଶ ଦୋକାନୀ ଛଣାଛଣି କରିବା ପରେ ବଳକା ତେଲକୁ ପୁନଃବ୍ୟବହାର କରୁଥିବା ଦେଖାଯାଉଛି । ଉକ୍ତ ତେଲରୁ ପ୍ରସ୍ତୁତ ସାମଗ୍ରୀକୁ ଖାଇବା ପାଇଁ ପ୍ରବଳ ଭିଡ଼ ଜମୁଛି । କିନ୍ତୁ ଏହା ଯେ ଆମ ଶରୀରରେ ନାନା ରୋଗ ସୃଷ୍ଟିର କାରଣ ସାଜୁଛି ତାହା କେହି ବୁଝିବାକୁ ନାରାଜ । ତେଣୁ ରାନ୍ଧିବା ପରେ ବଳକା ତେଲକୁ ଦିନକୁ ଭିତରେ ସରକାରୀ ଓ ଅନ୍ୟ ଭଜାଭଜି କରିବାରେ ସାରିଦେବାକୁ ଆଇସିଏମଆର ପରାମର୍ଶ ଦେଇଛି । ମାତ୍ର କୌଣସି ପରିସ୍ଥିତିରେ ବି ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିବା ଅନୁଚିତ । ବଳକା ତେଲରୁ ପୁନଃବ୍ୟବହାର ଖାଦ୍ୟ ପଦାର୍ଥର ସ୍ୱାଦକୁ ହ୍ରାସ କରିଦେଇଥାଏ । ବଳି ପଡ଼ୁଥିବା ତେଲକୁ ଅଳ୍ପ ମାତ୍ରାରେ ବ୍ୟବହାର କଲେ ବିଶେଷ କ୍ଷତି ଘଟିନଥାଏ । ସେଥିପାଇଁ ସଜ ତେଲ ବ୍ୟବହାର କରିବା ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଇଛି ।

Get real time updates directly on you device, subscribe now.