fbpx

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା; ଜାଣନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନାହିଁ

AAKASH

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସକଳା ସୁଦ୍ଧା ଘନୀଭୂତ ହୋଇ ଅବପାତ ହେବ । ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଆହୁରି ଘନୀଭୂତ ହେବ ବୋଲି ସମ୍ଭାବନା ରହିଛି । ଏହା ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ । ଏହା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବୋଲି କୁହାଯାଉଛି । ବାଲାଂଦେଶ-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ପହଞ୍ଚିବାର ସମ୍ଭାବନା ରହିଛି । ଏନେଇ ୨୭ ତାରିଖ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ଓଡ଼ିଶା ଉପରେ ବେଶୀ ବର୍ଷା କିମ୍ବା ପବନ ସମ୍ଭାବନା ନାହିଁ ବୋଲି କୁହାଯାଉଛି । ଓଡ଼ିଶାରେ ମେ ୨୩, ୨୪ ଓ ୨୫ରେ କାଳବୈଶାଖୀର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖରେ ଉତ୍ତର-ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକରେ ବର୍ଷା ହେବ ବୋଲି କୁହାଯାଇଛି । ୨୭ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜରେ ବର୍ଷା ଆକଳନ କରାଯାଇଛି । କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୩୦ରୁ ୫୦ କିମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.