fbpx

ICMRର ରିପୋର୍ଟ:କେରଳ ପରେ ବର୍ତ୍ତମାନ ମଙ୍କିପକ୍ସକୁ ନେଇ ଡେଞ୍ଜର ଜୋନରେ ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ମଙ୍କିପକ୍ସ ଜୀବାଣୁ ବିସ୍ତାରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଏହି ସଂକ୍ରାମକ ରୋଗ ସମ୍ବନ୍ଧରେ ଆଇସିଏମଆର ଅଧ୍ୟୟନ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ ଭାରତରେ ମଙ୍କିପକ୍ସର ୩ଟି ସବ୍ କ୍ଲଷ୍ଟର ଥିବା ଜଣିପଡିଛି । ଏଥିମଧ୍ୟରୁ ଗୋଟିଏ କେରଳରେ ମିଳିଥିବା ବେଳେ ଅନ୍ୟ୨ଟି ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ କେରଳ ଏବଂ ଦିଲ୍ଲୀରେ ମଙ୍କିପକ୍ସ ଉପରେ ବିଶେଷ ସତର୍କତା ଏବଂ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ଅଛି। କାରଣ ଏହି ରୋଗରେ ସାରା ବିଶ୍ୱରେ ପ୍ରାୟ ୬୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏଥିସହିତ ଏହି ସଂକ୍ରାମକ ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୮ ଟି ଦେଶରେ ବ୍ୟାପି ସାରିଛି।

ICMR ର ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ମଙ୍କିପକ୍ସର ପ୍ରଥମ ସବ୍-କ୍ଲଷ୍ଟର (ଏନ୍୫) କେରଳ ଏବଂ ଦିଲ୍ଲୀ (ଏନ୍୨) ରେ ମିଳିଛି। ରିପୋର୍ଟରେ କୁହାଯାଇଛି ଯେ ଉଭୟେ USA-2022 ON6740511ଶ୍ରେଣୀର ଅଟନ୍ତି । ସେହିପରି ଦ୍ୱିତୀୟ ସବ୍-କ୍ଲଷ୍ଟର (ଏନ୍ ୩) ମଧ୍ୟ ଦିଲ୍ଲୀରେ ଦେଖିବାକୁ ମିଳିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହା USA-2022 ON6754381ଇତ୍ୟାଦି ସହିତ ଜଡିତ । ତେବେ ଭାରତରେ ମିଳିଥିବା ତୃତୀୟ ମଙ୍କିପକ୍ସ ସବ୍-କ୍ଲଷ୍ଟର ହେଉଛି ବ୍ରିଟେନ, ଆମେରିକା ଏବଂ ଥାଇଲ୍ୟାଣ୍ଡ ବର୍ଗର । ଭାରତରେ ମଙ୍କିପକ୍ସର ତିନୋଟି ସବ୍-କ୍ଲଷ୍ଟର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ସାବଧାନ ଏବଂ ସତର୍କ ହୋଇଛି । ଯାହା ଦ୍ୱାରା ଏହି ବିପଜ୍ଜନକ ଜୀବାଣୁର ବିସ୍ତାର ହୋଇପାରିବ ନାହିଁ । ଏଥିସହିତ ଏହି ରୋଗରେ ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଦିଆଯିବ ।

ICMR ଅଧ୍ୟୟନ ରିପୋର୍ଟ :ICMRର ଅଧ୍ୟୟନ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତରେ ମିଳୁଥିବା ୯୦ ରୁ ୯୯ ପ୍ରତିଶତ ମଙ୍କିପକ୍ସ ଜୀବାଣୁ କ୍ରମର ଜିନୋମ A.2 ଗୋଷ୍ଠୀର ବୋଲି ଜଣାପଡିଛି। ଏହା କ୍ଲେଡ୍ IIb ର ଅଟେ । ରିପୋର୍ଟ ଅନୁଯାୟୀ, ଜୁଲାଇ-ଅଗଷ୍ଟ ୨୦୨୨ ମଧ୍ୟରେ, ୧୮ ଟି ରାଜ୍ୟରୁ ୯୬ ଟି ସନ୍ଦିଗ୍ଧ ମାମଲା ଆଇସିଏମ୍ଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ପୁଣେ) କୁ ଯାଞ୍ଚ ପାଇଁ ପଠାଯାଇଥିଲା। ଏଥିମଧ୍ୟରୁ ୧୦ ଟି ମାମଲା ପଡିଟିଭ ବୋଲି ଜଣାପଡିଛି । ଯେଉଁଥିରେ ଦିଲ୍ଲୀର ୫ଟି ମାମଲା (୩ ପୁରୁଷ ଏବଂ ୨ ମହିଳା) ଏବଂ କେରଳର ୫ ଟି ମାମଲା ରହିଥିଲା । ଦିଲ୍ଲୀରେ ଚିହ୍ନଟ ହୋଇଥିବା ମଙ୍କିପକ୍ସ ରୋଗୀଙ୍କ ନିକଟରେ କୌଣସି ଆନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରୀ ନଥିଲାବେଳେ କେରଳରେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ୟୁଏଇରୁ ଭାରତ ଆସିଥିବା ଜଣା ପଡିଛି ।

Get real time updates directly on you device, subscribe now.