IDBI ବ୍ୟାଙ୍କ ପକ୍ଷରୁ ନିଯୁକ୍ତି: ୬୦୦ ପଦ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୬୦୦ ପଦ ପୂରଣ ପାଇଁ ପକାଶ ପାଇଛି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର (ଜେଏମଏମ) ଗ୍ରେଡ ‘ଓ’ ଓ ସ୍ପେଶାଲିଷ୍ଟ- ଏଗ୍ରି ଆସେଟ ଅଫିସର (ଏଏଓ) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ସେଥିପାଇଁ ନଭେମ୍ବର ୨୧ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୩୦ରେ ତାହା ସମାପ୍ତ ହେବ ।

ଏଥିପାଇଁ ଜେନେରାଲ, ଓବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀଙ୍କୁ ୧୦୫୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ସେହିପରି ଏସସି, ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ଆସନ୍ତା ଡିସେମ୍ବର / ଜାନୁଆରୀରେ ଅନଲାଇନ୍ ଟେଷ୍ଟ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ଅକ୍ଟୋବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଥିବା ଆବଶ୍ୟକ । ଜେଏଏମ ଗ୍ରେଡ-ଓ ଜେନେରାଲିଷ୍ଟ ପାଇଁ ୫୦୦ ପଦ ଖାଲି ରହିଥିବା ବେଳେ ଗ୍ରେଡ-ଓ ଏଏଏଓ ସ୍ପେଶାଲିଷ୍ଟ ପାଇଁ ୧୦୦ ପଦ ଖାଲି ରହିଛି ।

ଆବେଦନ ଲିଙ୍କ: https://ibpsonline.ibps.in/idbijamnov24/

ନୋଟିଫିକେସନ ଲିଙ୍କ: https://www.idbibank.in/pdf/careers/JAM-advertisement-2025-26.pdf