fbpx
BJD SKY
BJD SKY

ଆସନ୍ତା ଛଅ ମାସ ମଧ୍ୟରେ ସରକାରୀ ବ୍ୟାଙ୍କର ଘରୋଇକରଣ ହେବ! ଅର୍ଥ ମନ୍ତ୍ରଣାଳୟର ସୂଚନା

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଏକ ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ଯାଉଛନ୍ତି । ବ୍ୟାଙ୍କ ଘରୋଇକରଣ ନେଇ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧ ବିଡ୍ ଆମନ୍ତ୍ରଣ କରିବାର ସମ୍ଭାବନା ରହିଛି । ଆସନ୍ତା ଆର୍ଥିକ ବର୍ଷରେ ଆଇଡିବିଆଇ ବ୍ୟାଙ୍କର ବିକ୍ରି ପ୍ରକ୍ରିୟା ସରିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ଆଇଡିବିଆଇ ବ୍ୟାଙ୍କର ମୋଟ ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବା ନେଇ ଗତ ସପ୍ତାହରେ ସମ୍ଭାବ୍ୟ ନିବେଶକଙ୍କଠାରୁ ବିଡ୍ ଆହ୍ୱାନ କରିଥିଲେ । ଏହି ବିଡ୍ ବା ରୁଚି ପତ୍ର ଜମା କରିବାର ଅନ୍ତିମ ତାରିଖ ଡିସେମ୍ବର ୧୬ ତାରିଖ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ‘ଉଚିତ ଏବଂ ଉପଯୁକ୍ତ ମୂଲ୍ୟାଙ୍କନ’ର ମଞ୍ଜୁରୀ ମିଳିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ମଞ୍ଜୁରୀ ପ୍ରାପ୍ତ କରାଯିବ ।

ଏହା ପରେ ଆବେଦନକର୍ତ୍ତାଙ୍କ ବିଡକୁ ‘ଡେଟା ରୁମ୍’କୁ ପଠାଇ ଦିଆଯିବ । ଏହି ପ୍ରକ୍ରିୟା ସମାପ୍ତ ହେବା ଓ ଆର୍ଥିକ ବିଡ ପ୍ରାପ୍ତ କରିବା ପାଇଁ ପାଖାପାଖି ୬ ମାସ ସମୟ ଲାଗିଯିବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଇଡିବିଆଇ ବ୍ୟାଙ୍କର ଆଥିକ ବିଡ୍ ଆମନ୍ତ୍ରିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟାଙ୍କର ରଣନୀତିକ ବିକ୍ରି କ୍ଷେତ୍ରରେ ଏହା ପ୍ରଥମ ମାମଲା ହୋଇଥିବାରୁ ଏହି ପ୍ରକ୍ରିୟା ନେଇ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଇଡିବିଆଇ ବ୍ୟାଙ୍କର ରଣନୀତିକ ବିକ୍ରି ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହୋଇପାରେ ।

Get real time updates directly on you device, subscribe now.