fbpx
BSKY
BJD MC SKY
BJD YOUTH SKY

ଆଠ ଘଣ୍ଟାର ଭଲ ନିଦ ପାଇଁ ଧ୍ୟାନରେ ରଖନ୍ତୁ ଏହି କଥା…

ନୂଆଦିଲ୍ଲୀ: ଭଲ ନିଦ ସୁସ୍ଥ ଶରୀର ଏବଂ ସୁସ୍ଥ ମନର ପ୍ରତୀକ । ବ୍ୟକ୍ତି ଶୋଇବା ପାଇଁ ଇଚ୍ଛା ରଖିଥାଏ କିନ୍ତୁ ଭଲ ନିଦ ପାଇଁ ଜରୁରୀ ୫ ଜିନିଷକୁ ସବୁବେଳେ ଅଣଦେଖା କରିଥାଏ । ଫଳରେ ଭଲ ନିଦ ଶୋଇପାରିନଥାନ୍ତି । ଆମେରିକାର ବର୍କଲେ ସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ନ୍ୟୁରୋସାଇନ୍ସ ବିଭାଗର ପ୍ରୋଫେସର ମ୍ୟାଥ୍ୟୁ ବଲ୍କର ସେହି ୫ ଟି କଥା ଉପରେ କହିଛନ୍ତି ଯାହାକୁ ପାଳନ କରି ବ୍ୟକ୍ତି ଭଲ ନିଦ ଶୋଇପାରିବେ ।

୧. ନିୟମିତତା: ଭଲ ନିଦ ପାଇଁ ନିୟମିତ ସମୟରେ ଶୋଇବା ଏବଂ ନିୟମିତ ସମୟରେ ଉଠିବା ଜରୁରୀ । ଚାହେ ଆପଣ ଛୁଟିରେ ଥାଆନ୍ତୁ, କିଉି କାମ ଥାଉ କିମ୍ବା ନଥାଉ ସମୟରେ ଶୋଇବା ଉଠିବା ଜରୁରୀ । ଏମିତି ନକରିବା ଦ୍ୱାରା ନିଦର ନିୟମିତତା ଭାଙ୍ଗିଥାଏ । ଯାହାର ଖରାପ ପ୍ରଭାବ ମନୁଷ୍ୟର ଦିନଚର୍ଯ୍ୟା ଏବଂ ଜୀବନଶୈଳୀ ଉପରେ ଦେଖିବାକୁ ମିଳେ ।

୨. ଶୋଇବାର ଏକ ଘଣ୍ଟା ପୂର୍ବରୁ ରୁମ୍ ର ଲାଇଟକୁ ବନ୍ଦ କରିଦିଅନ୍ତୁ କିମ୍ବା ତାହାର ଆଲୋକ କମ୍ କରିଦିଅନ୍ତୁ । ଏହାଦ୍ୱାରା ମସ୍ତିଷ୍କରେ ମେଲାଟୋନିନ ପ୍ରବାହ ହୋଇଥାଏ ଯାହା ଭଲ ନିଦର ଏକ ପ୍ରମୁଖ କାରକ । ଶୋଇବା ପୂର୍ବରୁ ମୋବାଇଲ ଗ୍ୟାଜେଟସର ବ୍ୟବହାର କରନ୍ତୁ ନାହିଁ । ଏହାର ଆଲୋକ ମେଲାଟୋନିନକୁ ଭାଙ୍ଗିବା ଭଳି କାମକରିଥାଏ ।

୩. ବ୍ୟକ୍ତିଙ୍କୁ ଯେଉଁ ରୁମରେ ଶୋଇବାର ଅଛି ତାହାର ତାପମାନା ସନ୍ତୁଳିତ ହେବା ଦରକାର । ରୁମ ବହୁତ ଅଧିକ ଗରମ କିମ୍ବା ବହୁତ ଅଧିକ ଥଣ୍ଡା ନହେବା ଦରକାର । ଥଣ୍ଡା ରୁମରେ ଶୋଇବା ଦ୍ୱାରା ବ୍ୟକ୍ତିକୁ ନିଦ ଭଲ ହୋଇଥାଏ ।

୪. ମଦ୍ୟପାନ କରି ଶୋଇବା ଦ୍ୱାରା ମଧ୍ୟ ନିଦ ଭଲ ହୋଇନଥାଏ । ଏହିଭଳି ରାତିରେ  ଖାଇବା ପରେ ଚାହା କିମ୍ବା କଫି ପିଇବା ଦ୍ୱାରା ନିଦ ଭଲ ହୋଇନଥାଏ । ସକାଳେ ଉଠିବା ପରେ ଆପଣଙ୍କ ସତେଜ ଲାଗିନଥାଏ ।

୫. ସକାଳେ ଉଠିବା ପରେ ବେଡରେ ବସନ୍ତୁ ନାହିଁ, ଏହାଦ୍ୱାରା ନିଦ ପୁଣି ଲାଗିପାରେ । ପୁଣିଥରେ ଶୋଇବା ପୂର୍ବରୁ ସେହି ରୁମରେ ବାହାରି ଯାଆନ୍ତୁ । ଏହାପରେ ବହି ପଢ଼ନ୍ତୁ କିମ୍ବା ଧ୍ୟାନ କରନ୍ତୁ । ବେଡରୁ ଉଠିବା ପରେ ତୁରନ୍ତ ମୋବାଇଲ ସ୍କ୍ରିନ ଦେଖନ୍ତୁ ନାହିଁ ।

Get real time updates directly on you device, subscribe now.