fbpx

ବାଇକରେ ଛୋଟ ପିଲାଙ୍କୁ ବସାଇଲେ ବି କଟିବ ଚାଲାଣ, ଦେବାକୁ ପଡ଼ିବ ମୋଟାଅଙ୍କର ଜୋରିମାନା; ବାପା-ମାଆ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ମୋଟରସାଇକେଲରେ ଛୋଟ ପିଲାଙ୍କୁ ବସାଇ ବାପା-ମାଆ ମାନେ ଯାତ୍ରା କରିଥାନ୍ତି । ତେବେ ଯଦି ଆପଣ ମଧ୍ୟ ପିଲାଙ୍କୁ ବସାଇ ଗାଡ଼ିରେ ଯିବା ଆସିବା କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ଟ୍ରାଫିକ୍ ରେ ଆପଣଙ୍କ ଚାଲାଣ କଟିପାରେ । ରାସ୍ତାରେ ଦେଖିବାକୁ ମିଳେ ଯେ, ବାପାମାଆ ମାନେ ନିଜ ସହିତ ପିଲାଙ୍କୁ ମଧ୍ୟ ଗାଡ଼ିରେ ବସାଇ ନେଇଥାନ୍ତି । କିନ୍ତୁ ନୂତନ ମୋଟର ଯାନ ଆଇନ ଅନୁସାରେ, ଚାରି ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ବାଇକ୍ ରେ ବସାଇ ନେବା ଦ୍ୱାରା ଚାଲାଣ କଟାଯିବ । ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କୁ ତୃତୀୟ ବ୍ୟକ୍ତି ବୋଲି ଧରାଯିବ ଓ ଆପଣ ମାନେ ଚାଲାଣ ଗଣିବେ ।

ମୋଟର ଯାନ ଅଧିନିୟମର ଧାରା ୧୯୪A ଅଧୀନରେ ଆପଣ ଯଦି ଏହି ନିୟମର ଉଲଂଘନ କରୁଛନ୍ତି ତେବେ ୧୦୦୦ ଟଙ୍କା ଚାଲାଣ କଟାଯାଇପାରେ । ଏହା ବ୍ୟତୀତ ଚାରି ବର୍ଷରୁ ଅଧିକ ପିଲାଙ୍କୁ ବାଇକ୍ ରେ ନେବା ସମୟରେ ଯଦି ହେଲମେଟକ୍ ପିନ୍ଧାଉ ନାହାନ୍ତି ତାହେଲେ ବି ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ୍ ଦେବାକୁ ପଡ଼ିପାରେ । ତେଣୁ ଆପଣ ମାନେ ନିୟମକୁ ଭଲ ଭାବରେ ମାନି ଗାଡ଼ି ଚଲାନ୍ତୁ ।

Get real time updates directly on you device, subscribe now.