fbpx
BJD SKY
BJD SKY

ଯଦି ନ୍ୟୁଜିଲାଣ୍ଡଠାରୁ ଆଫଗାନିସ୍ତାନ ପରାସ୍ତ ହୁଏ, ତେବେ କ’ଣ ହେବ ଟିମ୍ ଇଣ୍ଡିଆର ଅବସ୍ଥା?

BJD

ନୂଆଦିଲ୍ଲୀ: ଭାରତ ଚଳିତ ଟି-୨୦ ବିଶ୍ୱକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟବରଣ କରିବା ପରେ ଦୁଇଟିରେ ବିଜୟଲାଭ କରି ତା’ର ଟ୍ରାକକୁ ଫେରିଛି । ବର୍ତ୍ତମାନ ଭାରତ ସେମିଫାଇାନାଲରେ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନ ଉପରେ ନିର୍ଭର କରିବାକୁ ପଡ଼ିବ । ନ୍ୟୁଜିଲାଣ୍ଡକୁ ଯଦି ଆଫଗାନିସ୍ତାନ ହରାଏ, ତେବେ ଭଲ ରନରେଟ ଜରିଆରେ ଭାରତ ସେମିରେ ପହଞ୍ଚିପାରିବ । ଏପରିସ୍ଥଳେ ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରେ, ତେବେ କ’ଣ ହେବ ସେମି ସମୀକରଣ? ଏହାର ଏକ ମଜାଦାର ଉତ୍ତର ଦେଇଛନ୍ତି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ।

ସ୍ପଟଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତିବା ପରେ ପ୍ରେସ୍ କନଫରେନ୍ସ ପାଇଁ ରବୀନ୍ଦ୍ର ଜାଡେଜା ଆସିଥିଲେ । ଏହି ଅବସରରେ ସାମ୍ବାଦିକମାନେ ଭାରତର ସେମିରେ ପହଞ୍ଚିବା ନେଇ ପ୍ରଶ୍ନ କରିଥିଲେ । ପ୍ରଶ୍ନଟି ଥିଲା- ଯଦି ନ୍ୟୁଜିଲାଣ୍ଡଠାରୁ ଆଫଗାନିସ୍ତାନ ପରାଜୟବରଣ କରେ, ତେବେ ଆଗକୁ କ’ଣ ହେବ? ଜାଡେଜା ଏହାର ସାଧାସିଧା ଉତ୍ତର ଦେଇ କହିଥିଲେ- ଆଉ କ’ଣ କରିବା, ବ୍ୟାଗ ପ୍ୟାକ୍ କରି ଘରକୁ ଯିବା । ଗତ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ ଜରିଆରେ ବିଜୟ ସହ ରନରେଟକୁ ସୁଦୃଢ଼ କରିପାରିଛି । ତଥାପି ଦଳ ପାଇଁ ସେମିରେ ପହଞ୍ଚିବା ଏତେ ସହଜ ହେବ ନାହିଁ । ନାମିଆକୁ ମଧ୍ୟ ଭାରତ ବଡ଼ ବ୍ୟବଧାରେ ପରାସ୍ତ କରିବାକୁ ପଡ଼ିବ । ଆଫଗାନିସ୍ତାନ ଯଦି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରେ, ତେବେ ତାହା ଭାରତ ପାଇଁ ବରଦାନ ସଦୃଶ ହେବ । ଉକ୍ତ ମ୍ୟାଚରେ ଆଫଗାନିସ୍ତାନର ବିଜୟ ପାଇଁ ଭାରତବାସୀ ନିଶ୍ଚିତ ଭାବେ ପ୍ରାର୍ଥନା କରିବେ । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ଓ ସ୍କଟଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚରେ ଭାରତ ଶାନଦାର ବିଜୟ ସହ ନିଜର ଦୁର୍ବଳ ରନରେଟକୁ ଗ୍ରୁପ ଶୀର୍ଷକୁ ଉଠାଇବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.