fbpx

ହିଟଲର, ଷ୍ଟାଲିନ ମାରି ପାରିନଥିଲେ, ତୁମେ କିଏ ? ୯୬ ବର୍ଷୀୟ ବୃଦ୍ଧାଙ୍କ ରୁଷକୁ ଚ୍ୟାଲେଞ୍ଜ

AAKASH

ନୂଆଦିଲ୍ଲୀ: ମୁଁ ହିଟଲର ସାମ୍ନାରୁ ବଞ୍ଚିକି ଆସିଛି। ଷ୍ଟାଲିନଙ୍କଠୁ ବି ବର୍ତ୍ତିଛି ଏବଂ ମୁଁ ଏହି ପୁଟିନ ସାମ୍ନାରେ ମଧ୍ୟ ଜୀବିତ ରହିବି। ଏହା କହିଛନ୍ତି ୧୯୪୫ରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧର ଯନ୍ତ୍ରଣା ଭୋଗିଥିବା ଏନେଷ୍ଟେସିଆ ଗୁଲେଜ। ଫେବୃଆରୀ ୨୩ରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସେ ପଳାୟନ କରି ଜର୍ମାନୀ ଯିବାକୁ ପଡିଛି। ସେ ଏବେ ଏହି ଯୁଦ୍ଧକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିନ୍ଦା କରିଛନ୍ତି।

ନିକଟରେ ବେର୍ଗନ-ବେଲସନ କନସେନଷ୍ଟ୍ରେସନର ସ୍ଵାଧୀନତାର ୭୭ ବର୍ଷ ପାଳନ କରାଯାଇଛି। ଡେଲି ମେଲ୍ ଅନୁଯାୟୀ, କାର୍ଯ୍ୟକ୍ରମରେ ସାମିଲ୍ ଗୁଲେଜ ସେହି ସମୟର ହିଂସା ପ୍ରପୀଡିତ ସମୟକୁ ମନେ ପକାଇଛନ୍ତି। ସେ ରୁଷର ତୂଳନା ନାଜିଙ୍କ ସହ କରିଛନ୍ତି। କ୍ରେମଲିନରେ ହିଟଲରଙ୍କ ପ୍ରଶଂସକ ବୁଚା ଏବଂ ମାରିଉପୋଲରେ କରିଛନ୍ତି, ତା ପାଇଁ ମୋ ପାଖରେ ଶବ୍ଦ ନଥିବା ସେ କହିଛନ୍ତି।

ଉତ୍ତର ଜର୍ମାନୀରେ ସ୍ଥିତ ବେର୍ଗନ-ବେଲସନରେ ଚାରି ମାସ ରହିଥିବା ଗୁଲେଜ ଅଶ୍ଵିଟଜ ଡେଥ କ୍ୟାମ୍ପରେ ମଧ୍ୟ ଦୀର୍ଘ ସମୟ ଅତିବାହିତ କରିଛନ୍ତି। ଖାସ୍ କଥା ସେହି ସମୟରେ ୧୯ ବର୍ଷୀୟ ଗୁଲେଜଙ୍କ ସହିତ ପ୍ରସିଦ୍ଧ ଆନି ଫ୍ରାଙ୍କୋ ମଧ୍ୟ ଉପସ୍ଥିତ ଥିଲେ। ଗୁଲେଜ କହିଛନ୍ତି, ମୁଁ ସେହି ସମୟର ଗୋଟିଏ ମିନିଟ୍ ଦୃଶ୍ୟକୁ ମଧ୍ୟ ଭୁଲି ପାରିବି ନାହିଁ। ମୁଁ ସେଠାରେ ମୃତ୍ୟୁର ଅପେକ୍ଷାରେ ଦିନ କାଟୁଥିଲି ବୋଲି ଗୁଲେଜ କହିଛନ୍ତି।

ସେ କହିଛନ୍ତି, ରୁଷ ଆକ୍ରମଣ ପରେ ମଧ୍ୟ ସେ ୟୁକ୍ରେନରେ ରହିବାକୁ ଚାହୁଁଥିଲେ। ମାତ୍ର ତାଙ୍କ ଘର ବିମାନ ବନ୍ଦରର ନିକଟରେ ଥିଲା। ତେଣୁ ସେ ନିଜ ପୁଅ ବାସିଲ ଏବଂ ଝିଅ ଭାଲେଣ୍ଟିନାଙ୍କ ସହିତ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଜର୍ମାନୀ ବନ୍ଧୁ ଏହି ଯାତ୍ରାରେ ଖୁବ୍ ସାହାଯ୍ୟ କରିଥିଲେ।

 

Get real time updates directly on you device, subscribe now.