fbpx

ଏବେ ନୁହେଁ, ତ କେବେ ନୁହେଁ… କୋହଲି-ରୋହିତଙ୍କ ପାଖରେ ଚମ୍ପିଆନ୍ ହେବାର ଶେଷ ସୁଯୋଗ! ଭାରତ ଆଣିବ ବିଶ୍ୱକପ ?

AAKASH

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ଏଣ୍ଟ୍ରି କରିଛି ଭାରତୀୟ ଦଳ । ଫାଇନାଲ ମ୍ୟାଚରେ ରୋହିତ ସେନା ସମ୍ମୁଖରେ ରହିଛି ୫ ଥର ଚମ୍ପିଆନ୍ ଅଷ୍ଟ୍ରେଲିଆ । ଏହି ଫାଇନାଲ ଫାଇଟ କଡ଼ା ମୁକାବିଲା ହେବା ନିଶ୍ଚିତ । କିନ୍ତୁ ମ୍ୟାଚରେ ବିିଜୟୀ ହୋଇ ଟ୍ରଫି ହାସଲ କରିବା ଉପରେ ଉଭୟ ଦଳର ନଜର ରହିବ । ତେବେ ଟିମ ଇଣ୍ଡିଆର ଦୁଇ ସୁପରଷ୍ଟାର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଜିତିବା ବେଶ୍ ମହତ୍ତ୍ୱପୂର୍ଣ୍ଣ ରହିଛି । କାରଣ ଭାରତକୁ ଚମ୍ପିଆନ୍ କରିବାରେ ଏହା ରୋହିତ-ବିରାଟ ଯୋଡ଼ି ପାଇଁ ଶେଷ ସୁଯୋଗ ହୋଇପାରେ ।

ଚଳିତ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ୍ । ୧୦ ବର୍ଷରୁ ଆଇସିସିର କୌଣସି ଟ୍ରଫି ହାତେଇ ନଥିବା ବେଳେ ଏହି ବିଶ୍ୱକପକୁ ନିଜ ନାମରେ କରିବାକୁ ଚେଷ୍ୟା କରିବ ରୋହିତ ସେନା । ତେେ ବର୍ତ୍ତମାନ ଟ୍ରଫି ଉଠାଇବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଟିମ ଇଣ୍ଡିଆ । ତେଣୁ ବିଶ୍ୱବିଜୟୀ ହେବା ପାଇଁ ଦଳ ପାକରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । କିନ୍ତୁ ଏଥର ଫାଇନାଲରୁ ଫେଲ ମାରିଲେ ଆଗାମୀ ସୁଯୋଗ ପାଇଁ ଦଳ ୪ ବର୍ଷ ଅପେକ୍ଷା କରିବାକୁ ହେବ ।

କିନ୍ତୁ ଆଗାମୀ ବିଶ୍ୱକପ ବେଳକୁ ହୁଏତ ଦଳର ଅନେକ ଷ୍ଟାର ଖେଳାଳି ଅବସର ନେଇ ପାରନ୍ତି । ଏହି ଖେଳାଳି ମାନଙ୍କ ମଧ୍ୟରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ସାମିଲ ଅଛନ୍ତି । ଏ ଦୁହିଁଙ୍କ ବ୍ୟତୀତ ମହମ୍ମଦ ଶାମୀ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସାମିଲ ରହିଛନ୍ତି । ୨୦୨୭ ବିଶ୍ୱକପରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କ ବୟସ ୪୦ ଛୁଇଁ ସାରିଥିବ । ତେଣୁ ବିଶ୍ୱକପରେ ସାମିଲ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି । ତେଣୁ ଚଳିତବର୍ଷ ଏହି ଖେଳାଳିଙ୍କ ପାଇଁ ବିଶ୍ୱବିଜୟୀ ହେବାର ଶେଷ ସୁଯୋଗ ବୋଲି କୁହାଯାଇପାରେ ।

ତେବେ ବିଶ୍ୱକପ ବିଜୟ ପାଇଁ ରୋହିତ ଏବଂ କୋହଲିଙ୍କ ଉପରେ ଖୁବ ଭରଷା କରି ରହିଛନ୍ତି ଭାରତର ପ୍ରତ୍ୟେକ କ୍ରିକେଟପ୍ରେମୀ । ଚଳିତବର୍ଷ ସ୍ଥିତି ସମ୍ପୂର୍ଣ୍ଣ ଭାରତ ସପକ୍ଷରେ ରହିଥିବାରୁ ଫାଇନାଲରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ରୋହିତ ସେନା ବିଶ୍ୱବିଜୟୀ ହେବ ବୋଲି ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ । ତେବେ ଶେଷଥର ପାଇଁ କ୍ୟାପ୍ଟେନ୍ କୁଲ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୩ ମସିହାରେ ଚମ୍ପିଆନ୍ସ ଟ୍ରଫି ହାସଲ କରିଥିଲା । ଏହାପରେ ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇନାହିଁ ।

Get real time updates directly on you device, subscribe now.