fbpx
BJD SKY
BJD SKY

ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଲେ ବି ଆପଣ କରୋନାରେ ସଂକ୍ରମିତ ହେବେ, ଆସନ୍ତୁ ଜାଣିବା ଏଥିପାଇଁ କ’ଣ କରିବେ

BJD

ରାଜ୍ୟରେ ବର୍ତ୍ତମାନ କରୋନା ସମସ୍ତଙ୍କ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ସଂକ୍ରମଣ ହ୍ରାସ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ତେବେ ଜନସାଧାରଣ ମଧ୍ୟ ଏନେଇ ସଚେତନ ରହିବା ଆବଶ୍ୟକ । ଏଥିପାଇଁ କେବଳ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ଏକମାତ୍ର ପନ୍ଥା ନୁହେଁ । କରୋନା ବିଷୟରେ ସମସ୍ତେ ଅଧିକ ଜ୍ଞାନ ଆହରଣ କରିବା ଆବଶ୍ୟକ । ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା ନିହାତି ଦରକାର ।

ଯଦି ଆପଣଙ୍କ ଠାରେ କରୋନାର ସମସ୍ତ ଲକ୍ଷଣ ଦେଖାଦେଉଛି ଏବଂ ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସୁଛି, ତେବେ ଆପଣଙ୍କ ଯେ କରୋନାରୁ ମୁକ୍ତ ଏକଥା ଭାବିବା ଭୁଲ୍ । ଏ କ୍ଷେତ୍ରରେ ପ୍ରଥମେ ଆପଣ ତେବେ ସିଟି ଥୋରାକ୍ସ କରାନ୍ତୁ । ରିପୋର୍ଟ ଯାହା ଆସୁନା କାହିିଁକି ତୁରନ୍ତ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବା ଦରକାର । କାରଣ ୩/୪ ଦିନ ମଧ୍ୟରେ ଲକ୍ଷଣ କମି ଯାଇ ପୁଣି ୭ ଦିନ ପରେ ରୋଗୀ ଗୁରୁତର ହେବା ଅନେକ କ୍ଷେତ୍ରରେ ଦେଖାଦେଇଥାଏ । ତେଣୁ ନିଜକୁ ସଙ୍ଗରୋଧରେ ରଖିବା ନେଇ ଅବହେଳା କରନ୍ତୁ ନାହିଁ । ବର୍ତ୍ତମାନ ସମୟରେ କଣ୍ଟ୍ରାକ୍ଟ ଟ୍ରେସିଂ, ସର୍ଭେଲାନସ୍ ଓ କଣ୍ଟେନମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର । ଭୟଭୀତ ହୁଅନ୍ତୁନି, ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କରୋନା ହେଉ ବା ନହେଉ ତୁରନ୍ତ ସଙ୍ଗରୋଧ ହିଁ ଏପରି ସମସ୍ୟାର ଏକମାତ୍ର ବିକଳ୍ପ ଅଟେ ।

Get real time updates directly on you device, subscribe now.