fbpx
BSKY
BJD SHG SKY
BJD YOUTH SKY

ଆପଣଙ୍କ ଦରମା କମ୍ ରହିଛି କି? କେହି ପଚାରିଲେ କ’ଣ କହିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: କଥାରେ ଅଛି ମହିଳାମାନେ ବୟସ ଲୁଚାନ୍ତି ଆଉ ପୁରୁଷମାନେ ସେମାନଙ୍କ ଦରମା । ଏହାର ଅର୍ଥ ଜଣେ ମହିଳାଙ୍କୁ ବୟସ ବିଷୟରେ ପଚାରିଲେ ସେ କେବେ ବି ଠିକ୍ ଉତ୍ତର ଦେଇ ନ ଥାନ୍ତି । ସେ ନିଶ୍ଚୟ ନିଶ୍ଚୟ ନିଜର ବୟସ କମ୍ କରି କହିଥାନ୍ତି । ସେହିପରି ପୁରୁଷଙ୍କୁ ଦରମା ବିଷୟରେ ପଚାରିଲେ ସେମାନେ ବିରକ୍ତି ପ୍ରକାଶ କରିଥାନ୍ତି । ତେବେ ଏ ସଂପର୍କରେ ଦୃଷ୍ଟି ଆଇଏଏସର ପ୍ରତିଷ୍ଠାତା ତଥା UPSC ଶିକ୍ଷକ ଡା. ବିକାଶ ଦିବ୍ୟକୀର୍ତ୍ତି କୁହନ୍ତି, ଯଦି ଆପଣଙ୍କୁ କେହି ଆପଣଙ୍କ ଦରମା ବିଷୟରେ ପଚାରୁଛି ତେବେ ନିଶ୍ଚୟ ଏହାର ଉତ୍ତର ଦେବା କଥା ।

ସେ କହିଛନ୍ତି ଆପଣ ଯଦି ବହୁତ ଅଧିକ ଦରମା ପାଉଛନ୍ତି ତେବେ ତାହା ପ୍ରଶ୍ନ କରୁଥିବା ବ୍ୟକ୍ତି ନିକଟରେ ପରିପ୍ରକାଶ କରି ତାଙ୍କୁ ଚମକାଇ ଦେଇପାରିବେ । କିନ୍ତୁ ଯଦି ସାଲାରୀ କମ୍ ରହିଛି ତେବେ ଆପଣଙ୍କ ଉପରେ ନିଶ୍ଚୟ ଟିକେ ଚାପ ପଡିବ । ଏ କ୍ଷେତ୍ରରେ ଆପଣ ନିଜ ସାଲାରୀକୁ କିଛି ବଢାଇ କହିପାରିବେ । ସେ କହିଛନ୍ତି ଲୋକମାନେ ପ୍ରାୟତଃ ଆପଣଙ୍କ ସହ ନିଜକୁ ତୁଳନା କରିବା ପାଇଁ ଆପଣଙ୍କୁ ଦରମା ପଚାରିଥାଆନ୍ତି । ଡା. ବିକାଶ ଦିବ୍ୟକୀର୍ତ୍ତିଙ୍କ ଏହି ଉତ୍ତର ଏବେ ଲୋକଙ୍କୁୁ ବେଶ୍ ପସନ୍ଦ ଆସିଛି ।

Get real time updates directly on you device, subscribe now.