fbpx

(Video)ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ସୁନା କବାଟର ଦୃଶ୍ୟ, ଦେଖନ୍ତୁ

ଓଡିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ଧୀରେଧୀରେ ମନ୍ଦିର ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଏହା ଭିତରେ ସାମ୍ନାକୁ ଆସିଛି ରାମ ମନ୍ଦିର ଗର୍ଭ ଗୃହରେ ଲାଗିଥିବା ପ୍ରଥମ ସୁନା କବାଟର ଦୃଶ୍ୟ । ପୁରା ଚକଚକ ସୁନାରେ କବାଟଟି ଝଲସି ଉଠୁଛି। ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଦାନ ପରେ ଦାନ ମିଳିବାରେ ଲାଗିଛି। ଭକ୍ତମାନେ ନିଜର ମନଖୋଲି ଦାନ କରୁଛନ୍ତି । ପ୍ରାୟ କୋଟି କୋଟି ଟଙ୍କାର ଦାନ ମିଳିସାରିଥିବା ଜଣାପଡିଛି। ଏହି ଦାନ ଟଙ୍କାରେ ୧୦୦ କେଜିର ୪୨ଟି ସୁନା କବାଟ ମନ୍ଦିରରେ ଲାଗିବ ବୋଲି କୁହାଯାଉଛି। ତେବେ ସାମ୍ନାକୁ ଆସିଥିବା ପ୍ରଥମ ସୁନା କବାଟକୁ ନେଇ ଅନେକ ସାରା ଚର୍ଚ୍ଚା ଦେଖିବାକୁ ମିଳୁଛି।

Ram Mandir inauguration: First golden door of Ram Temple installed ahead of January  22 ceremony - India Today

ସୂଚନା ଥାଉକି, ଭବ୍ୟ ଶ୍ରୀମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ତେବେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାକୁ ନେଇ ସାରା ଦେଶରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Get real time updates directly on you device, subscribe now.