fbpx

କେବଳ ଅଯୋଧ୍ୟା ନୁହେଁ, ଭାରତରେ ପ୍ରଭୁ ଶ୍ରୀ ରାମଙ୍କ ନାଁରେ ରହିଛି ଏହି ସବୁ ଗାଁ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମଲାଲାଙ୍କର ପ୍ରାଣପ୍ରତିଷ୍ଠା ହେବାକୁ ଯାଉଛି । ଭବ୍ୟ ଶୈଳୀରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ରାମଲଲା ବିରାଜମାନ କରିବେ । ପ୍ରଭୁ ଶ୍ରୀ ରାମ ଏମିତି ଏକମାତ୍ର ପାତ୍ର ଯିଏ ସାରା ଦେଶ ନୁହେ ବରଂ ସାରା ବିଶ୍ୱରେ ପୂଜ୍ୟ । ତେବେ ଏହାର ଉଦାହରଣ ଗାଁମାନଙ୍କରେ ଦେଖିବାକୁ ମିଳିଥାଏ । ଭାରତରେ ଅନେକ ଗାଁ ରହିଛି ଯାହା ପ୍ରଭୁ ଶ୍ରୀ ରାମଙ୍କ ନାଁରେ ରଖାଯାଇଛି । ଆସନ୍ତୁ ଜାଣିବା ଏପରି ଗାଁ ବିଷୟରେ ।

୨୦୧୧ ମସିହାର ଜନଗଣନା ଅନୁଯାୟୀ, ଭାରତରେ ୬,୭୭,୪୫୯ଟି ଗାଁ ରହିଛି । ତେବେ ଏହି ରିପୋର୍ଟ ଅନୁଯାୟୀ ଭାରତର ଅଧିକାଂଶ ଗାଁର ନାଁ ଦେବା ଦେବୀଙ୍କ ନାମରେ ରଖାଯାଇଛି । ତେବେ ଏହା ମଧ୍ୟରେ ପ୍ରଭୁ ଶ୍ରୀ ରାମ ସବୁଠାରୁ ଆଗରେ ରହିଛନ୍ତି । ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସମୁଦାୟ ୩,୬୨୬ଟି ଗାଁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାମରେ ରହିଛି । ତେବେ ଏହା ଛଡା ଅନେକ ବିଦ୍ୟାଳୟ, ସହର ଏବଂ ହସ୍ପିଟାଲ ରାମଙ୍କ ନାମରେ ନାମିତ କରାଯାଇଛି ।

ଏହି କ୍ରମରେ ଦ୍ଵିତୀୟରେ ଭଗବାନ ଶ୍ରୀ କୃଷ୍ଣ ରହିଛନ୍ତି । ସାରା ଦେଶରେ କୃଷ୍ଣଙ୍କ ନାଁରେ ୩,୩୦୯ଟି ଗାଁ ରହିଛି । ଏହା ସହିତ ରାମାୟଣ ଏବଂ ମହାଭାରତର ଅନ୍ୟ ଚରିତ୍ରମାନଙ୍କ ନାମରେ ମଧ୍ୟ ଅନେକ ସହର ଏବଂ ଗାଁ ରହିଛି । ଦକ୍ଷିଣ ଭାରତରେ ବିଶେଷ କରି କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ଏପରି ଅନେକ ଗାଁ ଏବଂ ସ୍ଥାନ ରହିଛି ଯାହା ପ୍ରଭୁ ଶ୍ରୀ ରାମଙ୍କ ନାମରେ ନାମିତ କରାଯାଇଛି ।

Get real time updates directly on you device, subscribe now.