fbpx

ଖାତାଧାରକଙ୍କ ମୃତ୍ୟୁ ହୋଇଗଲେ ପରିବାର ଲୋକେ ଏହି ଉପାୟରେ ପାଇବେ ଟଙ୍କା, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତି(ଫାଇନାନ୍ସିଆଲ୍ ଇନକ୍ଲୁଜନ୍) ବହୁ ପରିମାଣରେ ବୃଦ୍ଧି ପାଇଛି । କେବଳ ଜନଧନ ଯୋଜନା ଅଧୀନରେ ୪୪.୫୮ କୋଟି ଆକାଉଣ୍ଟ ଖୋଲାଯାଇଛି। ଏହା ଦେଶରେ ବ୍ୟାଙ୍କିଙ୍ଗର ଅନୁପ୍ରବେଶକୁ ଦର୍ଶାଉଛି । ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ୟ୍ୟନ୍ତ, ଲୋକମାନେ ବର୍ତ୍ତମାନ ସେମାନଙ୍କ ସଞ୍ଚୟକୁ ନଗଦ ଅର୍ଥରେ ରଖିବା ପରିବର୍ତ୍ତେ ଆକାଉଣ୍ଟରେ ରଖିବାକୁ ବେଶି ପସନ୍ଦ କରୁଛନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଦୁର୍ଭାଗ୍ୟବଶତଃ ଯଦି ଖାତା ଧାରକଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଉଛି ତାହେଲେ ଜମା ଟଙ୍କା କାହାର ହୋଇଥାଏ ।

କୌଣସି ଖାତାଧାରକଙ୍କ ମୃତ୍ୟୁ ହୋଇଗଲେ ଆକାଉଣ୍ଟରେ ଜମା ଟଙ୍କା କାହାକୁ ମିଳିବ, ଏହାକୁ ନେଇ ନିୟମ ବିଲକୁଲ୍ ସ୍ପଷ୍ଟ ରହିଛି । ଆପଣ ଯେତେବେଳେ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିଥାନ୍ତି ସେ ସମୟରେ ନିଜର ନୋମିନି ଡିଟେଲ୍ସ ଦେଇଥାନ୍ତି ଓ ବ୍ୟାଙ୍କ ନୋମିନିଙ୍କର ତଥ୍ୟକୁ ଫାଇଲ୍ ରେ ଲେଖି ରଖିଥାଏ । ଏପରି ପରିସ୍ଥିତିରେ ଯଦି ଡିପୋଜିଟର୍ ଙ୍କର ମୃତ୍ୟୁ ହୋଇଯାଉଛି ତାହେଲେ ଆକାଉଣ୍ଟରେ ଜମା ଟଙ୍କା ସାଧାରଣ ଭାବରେ ନୋମିନିକୁ ହିଁ ମିଳିବ ।

ସେହିପରି ଯଦି ନୋମିନିଙ୍କର ବି ଯଦି କୌଣସି କାରଣବଶତଃ ମୃତ୍ୟୁ ହୋଇଯାଉଛି ତାହେଲେ ଜମା ଟଙ୍କା ନିୟମାନୁସାରେ, ତାଙ୍କର ଉତ୍ତରାଧୀକାରୀଙ୍କୁ ମିଳିବ । ଏହି ପରିପ୍ରେକ୍ଷୀରେ, ଯଦି କେହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଦାବି କରେ, ତାଙ୍କୁ ଆକାଉଣ୍ଟଧାରୀଙ୍କ ଅନୁମତି ବ୍ୟାଙ୍କକୁ ଦେବାକୁ ପଡିବ । ଏପରି ସ୍ଥିତିରେ ପରିବାର ସଦସ୍ୟଙ୍କୁ ଉତ୍ତରାଧୀକାରୀ ପ୍ରମାଣ ପତ୍ର ଦେବାକୁ ପଡ଼େ । ତେବେ ଏହା ଜରିଆରେ ଟଙ୍କା ଆଣିବାକୁ ଲମ୍ବା ପ୍ରକ୍ରିୟା ନେଇ ଗତି କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.